STORYMIRROR

Sarojini Mishra

Inspirational

3  

Sarojini Mishra

Inspirational

ଆମେ ଆମ ପାଇଁ

ଆମେ ଆମ ପାଇଁ

1 min
233


ଆମେ ଆମ ନିଛାଟିଆ ଇଲାକାରେ

ସମ୍ପୂର୍ଣ୍ଣ ସ୍ଵତନ୍ତ୍ର

ଆମେ ଆମ ନିଛାଟିଆ ଗଳିର

ଜଣେ ଜଣେ ଏକଲା ମଣିଷ

ନା ଆଗରେ ନା ପଛରେ କେହି ଅଛି ।

ଆମେ ଆମ ଜୀବନ ଯୁଦ୍ଧରେ

ସମ୍ପୂର୍ଣ୍ଣ ଏକଲା ମଣିଷଟିଏ

ଏକଥା ଭୁଲିବାର ନୁହେଁ 


ତେଣୁ 

ଆମେ ଆମ ମୁକ୍ତି ପାଇଁ - ଶାନ୍ତି ପାଇଁ

ବର୍ତ୍ତମାନ ଓ ଭବିଷ୍ୟତ ପାଇଁ

ନିଜେ ହିଁ ତିଆରି କରିବା ପଥ ।


ଆମେ ଆମ ପ୍ରେମ ପରିଚୟ ଶାନ୍ତି ଖୁସୀ  

ଆତ୍ମ ସମ୍ମାନ ଓ ଅସ୍ତିତ୍ଵକୁ

ବଜାୟ ରଖିବାର ରକ୍ଷା କବଚ ।


ଆମେ ଆମ ଜୀବନ ଯୁଦ୍ଧରେ

ଏକମାତ୍ର ଯୋଦ୍ଧା

ଯିଏ ଅନ୍ୟଠୁ ଆଶା ନ କରି

ମାଟିରେ ଠିଆ ହୋଇ

ବାସ୍ତବତାକୁ ସାମ୍ନା କରି

ଆତ୍ମ ପ୍ରତ୍ୟୟର ମୂଳ ଦୂଆ ପକାଇ

ଜିତି ପାରିବା 

ଆଉ ସଫଳ ସୈନିକର ଅନୁଭୂତିକୁ

ଅନୁଭବ କରିପାରିବା ।

ଆମେ ଆମ ଜୀବନ ଯୁଦ୍ଧରେ

ହତାଶା ନିରାଶା ଓ ସମସ୍ତ

ବିପରୀତମୁଖୀ ପରିସ୍ଥିତିକୁ

ଆତ୍ମ ପ୍ରତ୍ୟୟ ଓ ଆତ୍ମ ବିଶ୍ଳେଷଣ ଦ୍ଵାରା

ଜିତି ବି ପାରିବା ।


ଆମର ସ୍ଥିତପ୍ରଜ୍ଞତାର ଚଟାଣ ଉପରେ

ନା ଶୀତ ନା ବର୍ଷା ନା ଖରା

କେହି ବି ପ୍ରଭାବ ପକାଇ ପାରିବେନି 

ଯେଉଁମାନେ ବି ଅଛନ୍ତି

ଯାହା ବି ଘଟୁଛି

ସବୁ କିଛି ଗୋଟିଏ ନିର୍ଦ୍ଦିଷ୍ଟ ମୁହୂର୍ତ୍ତ ପାଇଁ କେବଳ

କାହିଁକି ନା

କେହି ଆମ ସଙ୍ଗେ କରିନାହାନ୍ତି

ଚିରସ୍ଥାୟୀ ବନ୍ଦୋବସ୍ତ ।

କିଛି ବାଟ ଗଲା ପରେ

ଆମେ ପୁରା ଏକା

ଆମ ନିଛାଟିଆ ଗଳିରେ ।

ତେଣୁ ଆମର ଯୁଦ୍ଧ 

କେବଳ ଆମ ପାଇଁ ।


ତେଣୁ 

ଆମେ ଆମକୁ ତିଆରି 

କରିବାକୁ ହେବ ସୃଷ୍ଟିକର୍ତ୍ତାଙ୍କୁ

ମନେପକାଇ

ଉପଲବ୍ଧି କରିବାକୁ ହେବ

ଜୀବନର ସତ୍ୟ

ଆଉ 

ପହଞ୍ଚିବାକୁ ହେବ

ମଣିଷ ଜୀବନର

ପ୍ରକୃତ ଲକ୍ଷ୍ୟ ପାଖରେ ।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational