ସଂଘର୍ଷ
ସଂଘର୍ଷ


ପରୀକ୍ଷାର ସମୟ ଯେତେ ଦୀର୍ଘ ହେବ
ସଫଳତା ସେତିକି ସୁସ୍ବାଦୁ ହେବ
ପ୍ରତିକ୍ଷାର ଲଗ୍ନ ଯେତେ ଲମ୍ବା ହେବ
ମିଳନ ସେତିକି ମଧୁର ହେବ ।
ରାତିର ଅନ୍ଧକାର ଯେତେ ଘନ ହେବ
ସକାଳ ସେତିକି ମନୋରମ ହେବ
ଯାତ୍ରାର ପଥ ଯେତେ ଦୁଷ୍କର ହେବ
ଗନ୍ତବ୍ୟ ସେତିକି ରମଣୀୟ ହେବ ।
ଆମର ଜୀବନ ତ ଏକ ରଣ
ସଦା ସଂଘର୍ଷ କରିବା ଟା ଜାଣ
ଯେବେ ଭାଗ୍ୟର ହେବ ଉତ୍ପତନ
କିଏ ବା ରୋକିବ ତାହାର ଉଡାଣ??
କଠିନ ପରିଶ୍ରମ ଓ ସଂଘର୍ଷ ବିନା
ପ୍ରାପ୍ତ ସଫଳତା ନିହାତି ସ୍ବାଦହୀନ
ସଂଘର୍ଷ ବିହୁନେ ନିରର୍ଥକ ସାଧାରଣ
ଲାଗେ ଏଇ ଆମର ଜୀବନ ।।