STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ଚକାଡ଼ୋଳା

ଚକାଡ଼ୋଳା

1 min
26

ଆହେ ଚକାଡ଼ୋଳା!

ତୁମ ସେଇ ଚକା ଚକା ବେନି ନୟନରେ

ଯେବେ ମୋର ଦୁଇ ଆଖି ଯାଏ ଲାଖି

କେଜାଣି କାହିଁକି ମୋ ଅଷ୍ଟାଙ୍ଗ ଶରୀରର

ଲୋମକୂପ ସବୁ ଉଛୁଳି ଉଠନ୍ତି

ଅଜଣା ଆବେଗ ଭରା ଉଦ୍ୱେଳନରେ

ଶ୍ବାସ ରୁନ୍ଧି ହୋଇଯାଏ

ଧାର ଧାର ଅମାନିଆ ଲୁହ ବହିଯାଏ

ଯେତେ ଚେଷ୍ଟା କଲେ ମଧ୍ୟ ତୁମ୍ଭ ଦୁଇ ଚକ୍ଷୁରୁ

ହଟାଇ ହୁଏନାହିଁ ଆପଣାର ନଜର।

ଯେତେ ତୁମ୍ଭ ଠୁ ଦୂରେଇ ଯିବାକୁ ଚାହିଁଲେ

ତୁମ୍ଭ ଠୁ ଆପଣାକୁ ମୁଁ ଦୂରେଇ ପାରେନି

କେଉଁ ଏକ ଅଦୃଶ୍ୟ ଶକ୍ତିଶାଳୀ ଭାବାବେଗ

ତୁମ୍ଭ ପାଖକୁ ଭିଡ଼ି ନିଏ ସାମୁଦ୍ରିକ ସ୍ରୋତ ପରାଏ

ସମସ୍ତ ସାଂସାରିକ ବାଧାବିଘ୍ନ ଏଡ଼ାଇ

ଦୁଃଖତାପରୁ ମୁକ୍ତି ଦେବା ପାଇଁ

ସବୁ ମାନ ଅଭିମାନ ଦୂରେଇ ଯାଏ

ତୁମ୍ଭ ସମ୍ମୋହନୀ ବେନି ନୟନରେ

ମୋର ଚର୍ମଚକ୍ଷୁ ବାରେ ମିଶିଯିବା ପରେ।

ତୁମ୍ଭେ ପରଂବ୍ରହ୍ମ ମହାପଭୁ ପରାତ୍ପର

ମୁହିଁ ଯେ ଆଜନ୍ମ ଆମୃତ୍ଯୁ କିଙ୍କର ତୁମ୍ଭର

ମୋ ଜୀବନର ତମାମ ସୁଖ ଦୁଃଖ

ସଫଳତା ବିଫଳତା ହାନିଲାଭ

ଅଳିଅର୍ଦ୍ଦଳି ମାନ ଅପମାନର

ତୁମ୍ଭେ ହିଁ ତ ଏକକ କାରଣ

ମୋ ଭାଗ୍ୟ ଭବିତବ୍ଯର କର ନିର୍ଦ୍ଧାରଣ

ଭାବ ଭକ୍ତି ଜ୍ଞାନ ସେବା ବିବର୍ଜିତ ଛାର ପାମର

ଜନ୍ମ ଜନ୍ମାନ୍ତର ପାପଭାର ମୋର

ତୁମ୍ଭେ କରିଦେବ ଲାଘବ ଅଚିରେ

ଏଇ ଟିକକ ଆଶାରେ ନିତି ତୁମ୍ଭକୁ ମୁଁ ଝୁରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract