STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ବୃଦ୍ଧ ବ୍ୟାଘ୍ରର ସୁବର୍ଣ୍ଣ କଙ୍କଣ ଦାନ

ବୃଦ୍ଧ ବ୍ୟାଘ୍ରର ସୁବର୍ଣ୍ଣ କଙ୍କଣ ଦାନ

1 min
18

ପ୍ରବଳପ୍ରତାପୀ ମହାବଳ ବ୍ୟାଘ୍ର ଏବେ ବୃଦ୍ଧ

ଜୀବନର କ୍ରୁର ସାୟାହ୍ନେ ଆସି ଉପନୀତ 

ବୟସାଧିକ୍ୟ ହେତୁ ଶରୀର ରୋଗାକ୍ରାନ୍ତ 

ଚଳତ ଶକ୍ତିହୀନ ମାଂସପେଶୀ ଅବୟବ 

ଶୀକାର କରିବାକୁ ପାଉ ନାହିଁ ବଳ 

ବଞ୍ଚିବା ପାଇଁକି ଶୀକାର ଜରୁରୀ 

ମୃଗ ତ ଆସିବନି ଆହାର ହେବାକୁ ଆପଣା ଛାଏଁ 

ଜୀଇଁବାକୁ ହେଲେ ସମସ୍ତ ଶକ୍ତି ସହିତ 

ଦୁର୍ବଳର ଶୀକାର କରିବାକୁ ହେବ ଅଲବତ 

ନୋହିଲେ ଅନାହାରରେ ପ୍ରାଣ ନାଶ ସୁନିଶ୍ଚିତ। 


ବ୍ଯାଘ୍ର ହେଲେ ବି ଆପଣା ମହାରଣ୍ୟରେ 

ରାଜକୀୟ ଗୌରବରେ ମହିମା ମଣ୍ଡିତ 

ହୋଇଥିଲେ ବି ଜୀବନଧାରଣ ସକାଶେ 

କିଛି ନା କିଛି ତ କରିବାକୁ ହେବ 

ଜଠରାଗ୍ନିର ଜ୍ୱାଳା ପ୍ରଶମିତ କରିବାକୁ ହେବ 

କେତେ ଦିନ ବା ଆଉ ହାତ ବାନ୍ଧି ବସିଥିବ 

ଅନ୍ଧାରି ଗୁମ୍ଫାରେ କାହାର ଉଦାତ୍ତଚିତ୍ତ ଦାନର ଆଶାରେ 

ସ୍ଵଭାବ ପରିତ୍ୟାଗ କରି ପ୍ରକୃତିର ବିରୁଦ୍ଧାଚରଣ ପୂର୍ବକ 

ତ ଆଉ ତୃଣ ପତ୍ର ଖାଇ ଜୀଇଁ ହେବ ନାହିଁ 

ମାଂସ ପାଇଁ ଶୀକାର କରିବା ଅନିବାର୍ଯ୍ୟ ଏକାନ୍ତ ଅପରିହାର୍ଯ୍ୟ 

ନତୁବା କିଏ ଆଣିଦେବ ଆହାର ତୁଣ୍ଡରେ? 


ବାର୍ଦ୍ଧକ୍ୟରେ ଧାଁ ଦୌଡ଼ ପାଇଁ ଶକ୍ତି ନାହିଁ ଦେହରେ 

ମାତ୍ର ମସ୍ତିଷ୍କରେ ଭରା ପ୍ରଖର ବୁଦ୍ଧିମତ୍ତା 

କେଉଁଠୁ ନା କେଉଁଠୁ ଯୋଗାଡ଼ କରିବାକୁ ହେବ ଦାନାପାଣି 

ଅପତ୍ଯବର୍ଗଙ୍କ ମୁଖରେ ଦେବା ଲାଗି ଆହାର 

ନିକଟସ୍ଥ କର୍ଦ୍ଦମାକ୍ତ ପୁଷ୍କରିଣୀରେ ଖୋଜିବାକୁ ହେବ 

ଜୀବନଧାରଣ ନିମନ୍ତେ ଜୀବିକାର ଉପାୟ 

ପୂର୍ବରୁ ଅର୍ଜିତ ଧନରୁ ଗଢିବାକୁ ହେବ ସୁବର୍ଣ୍ଣ କଙ୍କଣ 

ବୈଷ୍ଣବର ରୂପ ଭେକରେ କରିବାକୁ ଆକୃଷ୍ଟ ଜନମନ 

କିଏ ଅବା ଏଡ଼ାଇ ପାରିବ ସୁବର୍ଣ୍ଣର ମୋହ?


ଅଥ ବୃଦ୍ଧ ବ୍ୟାଘ୍ରର ସୁବର୍ଣ୍ଣ କଙ୍କଣ ଦାନ ଉପାଖ୍ୟାନ 

ଆରୋହଣ କରିବାକୁ ଶୀର୍ଷ ସିଂହାସନ 

ଭ୍ରମିତ କରୁଥାଏ ପ୍ରଲୋଭନର ଆଟୋପ ଆଡମ୍ବରରେ 

ସରଳ ନୀରିହ ଜନତାର ମତି ଚିରଦିନ

ଅଳିକ କ୍ଷଣିକ ଲୋଭର ବଶବର୍ତ୍ତୀ ହୋଇ 

କର୍ଦ୍ଦମାକ୍ତ ପଙ୍କିଳ ପୁଷ୍କରିଣୀରେ କରନ୍ତି ପ୍ରାଣ ବିସର୍ଜନ 

ବୃଦ୍ଧ ଅଥଚ଼ ଚତୁର ବ୍ଯାଘ୍ର ସହଜ ସୁଲଭରେ 

ମନୁଷ୍ଯ ମାଂସର ସ୍ବାଦ କରୁଥାଏ ଆସ୍ବାଦନ

ପ୍ରାଣ ନାଶ ଅନ୍ତେ ଆଉ ସୁବର୍ଣ୍ଣ କଙ୍କଣରେ 

ମଣିଷର ଥାଏ କିବା ପ୍ରୟୋଜନ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract