STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ପୁଣ୍ଯ ନୀଳାଚଳ

ପୁଣ୍ଯ ନୀଳାଚଳ

1 min
28

କେଉଁ ଜନ୍ମ ଜନ୍ମାନ୍ତର ପ୍ରାରବ୍ଧ ପୁଣ୍ଯ ବଳେ

ଲଭିଛି ଜନମ ମୁହିଁ ଏଇ ପାବନ ଉତ୍କଳେ

ପ୍ରାଚ୍ୟ ଭୂଖଣ୍ଡେ ସ୍ଥିତ ପ୍ରଶାନ୍ତ ମନୋରମ ସ୍ଥାନ

ସାଧୁସନ୍ଥ ବୈରାଗୀ ସନ୍ନ୍ୟାସୀଙ୍କ ରମ୍ୟ ତପୋବନ।

କରିବାକୁ ଗରବ ପାଶେ ନାହିଁ କିଛି ବି ଦରବ

ତଥାପି ମୋ ମନେ ଭରିରହିଛି ଭାବର ବିଭବ

ମୋ ମାଟି ମୋ ସଂସ୍କୃତି ମୋ ଠାକୁର ମହାନ

ମୁକ୍ତକଣ୍ଠେ ମୁହିଁ କରେ ତାହାଙ୍କ ଗୁଣଗାନ।

ତୀର୍ଥରାଜ ନାମେ ବିଦିତ ଧାମ ପୁଣ୍ୟ ନୀଳାଚଳ

ବୃନ୍ଦାବନ କାଶୀ ଉଜ୍ଜୟିନୀ ଶେଷାଦ୍ରୀ ମଧ୍ଯ ଅଗ୍ରଗଣ୍ୟ

ବିରାଜିତ ତହିଁ ମୋର ମହାପ୍ରଭୁ ଶ୍ରୀଜଗନ୍ନାଥ

ଜ୍ଯେଷ୍ଠ ଭ୍ରାତା ଭଗିନୀ ସହିତ ଚକ୍ରରାଜ ସୁଦର୍ଶନ।

ଶଙ୍ଖ କ୍ଷେତ୍ରେ ପ୍ରାପ୍ତ ହୁଏ ମନୁଷ୍ୟକୁ ଚତୁବର୍ଗ

ଧର୍ମ ଅର୍ଥ କାମ ମୋକ୍ଷ ଆଦି ସକଳ ପରମାର୍ଥ

ମହୋଦଧି ନରେନ୍ଦ୍ର ପୁଣି ଅଛି ଏଠି ସ୍ବର୍ଗଦ୍ବାର

ଗୁପ୍ତ ବୃନ୍ଦାବନ ଇଏ ସର୍ବ କ୍ଷେତ୍ର ମଧ୍ୟେ ସାର।

ଜଗତେ ଦେବାକୁ ବାରତା ଲଭୁଥାନ୍ତି ଅବତାର

ମହାବିଷ୍ଣୁ ଏଇ ମହୀମଣ୍ଡଳରେ ପୁନଃ ବାରମ୍ବାର

ପୂର୍ଣ୍ଣ ବ୍ରହ୍ମ ହୋଇ ବି ରହିଲେ ଅପୂର୍ଣ୍ଣ ଅବୟବ

ଯଥା ପୂର୍ଣ୍ଣତାର ସନ୍ଧାନେ ସଦା ଧାବମାନ ମାନବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract