STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ପଦ୍ମ ତୋଳା

ପଦ୍ମ ତୋଳା

1 min
31

ହଳାହଳ ବିଷଧର ସର୍ପଙ୍କ ମେଳରେ

ଜୀବନ ବଞ୍ଚାଇ ରହିବାକୁ ହେଲେ

ସାଜିବାକୁ ପଡ଼େ ଶିବଶମ୍ଭୁ

ଅବା ସାପୁଆ କେଳା!!

ଏଇ ଦୁନିଆରେ ସମସ୍ତେ ତ

ଆଉ ହୋଇ ପାରିବେନି

ମହେଶ୍ବର ମହାଦେବ

ସେଥିପାଇଁ କାହାରିକୁ

ସାଜିବାକୁ ପଡ଼େ ସାପୁଆ କେଳା!!

ଏତେ ସହଜ ବି ନୁହେଁ

ଏଇ ସାପୁଆ କେଳାର ଜୀବନ

ଅହରହ ଅହର୍ନିଶି ଅବିରତ

ଜୀବନ ଜୀଇଁବାର ଦୁର୍ବାର କସରତରେ

ସୁମରି ସୁମରି ପ୍ରଭୁ ଚକାଡ଼ୋଳା

ବୋଲିବାକୁ ପଡ଼େ ପଦ୍ମତୋଳା!!

ଅଷ୍ଟାଙ୍ଗ ଶରୀରରେ

ଅସଂଖ୍ଯ ସର୍ପାଘାତ ସହି ସହି

ବିଷ ପାଲଟିଯାଏ ତା'ର ରକ୍ତ

ଥରେ ଧମନୀରେ ପ୍ରବାହିତ କଣିକା

ହୋଇଗଲା ପରେ ବିଷାକ୍ତ

ଜୀବନ ମରଣ ସବୁ ଏକ!!

ବିଷଧର ସର୍ପ ବି ନାଚନ୍ତି

ମୁଗ୍ଧ ହୋଇ ସମ୍ମୋହନରେ

ସାପୁଆ କେଳାର ପଦ୍ମ ତୋଳା ନାଦରେ

ସୁର ଲୟ ତାଳରେ!!

ପଦ୍ମ ତୋଳା ପୃଥିବୀର ଶ୍ରେଷ୍ଠ ଅସ୍ତ୍ର

ଯହିଁରେ ମହୀଧର ହୁଅଇ ନିରସ୍ତ୍ର

ପୋଷା ମାନି ବିଷଦନ୍ତ ହରାଇ

ଜୀବନର ଭିକ୍ଷା ମାଗୁଥାନ୍ତି

ପେଡ଼ି ଭିତରେ ଆତୁରେ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract