STORYMIRROR

Sambit Srikumar

Abstract Tragedy Inspirational

4  

Sambit Srikumar

Abstract Tragedy Inspirational

ଧାଡ଼ି

ଧାଡ଼ି

1 min
10

ଆମର ଏଠି ଧାଡ଼ି ବାନ୍ଧି ଠିଆ ହେବା
କଠୋର ଅନୁଶାସନ ଦୃଢ଼ ଶୃଙ୍ଖଳାର ପ୍ରତୀକ
ଏଇ ଅନୁଶାସନର ଶୃଙ୍ଖଳ ଲମ୍ବି ଚାଲିଛି
ସମୟ ସହିତ ତାଳ ଦେଇ
ଆଗକୁ ଆଗକୁ ତୃତୀୟ ବିଶ୍ବର ପ୍ରତିଷ୍ଠାରୁ
ସମ୍ଭାବ୍ୟ ସମ୍ଭ୍ରାନ୍ତ ବିକଶିତ ହେବାର
ରାଜପଥରେ ପ୍ରତିଥର
କିନ୍ତୁ ଉଦ୍ଦେଶ୍ଯ ଭିନ୍ନ ବାରମ୍ବାର।

ପାଣି ପାଇଁ ଧାଡ଼ି
ଚାଉଳ ପାଇଁ ଧାଡ଼ି
ତେଲ ପାଇଁ ଧାଡ଼ି
ନୋଟ ବଦଳ ପାଇଁ ଧାଡ଼ି
ଭୋଟ ଦେବା ପାଇଁ ଧାଡ଼ି
ଅମ୍ଳଜାନ ପାଇଁ ଧାଡ଼ି
ଟିକା ପାଇଁ ଧାଡ଼ି
ଦିଅଁ ଦର୍ଶନ ପାଇଁ ଧାଡ଼ି
ନେତାଙ୍କ ଭାଷଣ ଶୁଣିବା ପାଇଁ ଧାଡ଼ି
ପ୍ରଦୂଷଣ ନିୟନ୍ତ୍ରଣ ପ୍ରଣାମ ପତ୍ର ପାଇଁ ଧାଡ଼ି
ହାତଟେକା କରଗତ କରିବା ପାଇଁ ଧାଡ଼ି
ଶ୍ମଶାନରେ ଶବ ସତ୍କାର ପାଇଁ ବି ଧାଡ଼ି।

ଏଇ ଧାଡ଼ି ଯେମିତି ଏକ ଧରାବନ୍ଧା
ଅଲିଖିତ ନିୟମ ଜନତା ଜନାର୍ଦ୍ଦନ ପାଇଁ
ଗଣତନ୍ତ୍ରର ବିଚିତ୍ର ବିକଳ ଚିତ୍ର
ଧାଡ଼ିରେ ଠିଆ ହୋଇ ହକ୍ ମାଗୁଛି ମାଲିକ
ଦେଶ ବିଦେଶ ଭ୍ରମି ମନକଥା ଭାଷନ୍ତି
ଝୁଲାଧାରୀ ସନ୍ନ୍ୟାସୀ ପ୍ରଧାନ ସେବକ।

ଧାଡ଼ିର ଏଇ ପ୍ରଲମ୍ବିତ ଶୃଙ୍ଖଳରୁ
ସାଧାରଣ ଜନତାଙ୍କ ମୁକ୍ତି ବା କାହିଁ?
ସମ୍ଭବତ ଏଇ ପ୍ରଶ୍ନର ଉତ୍ତର
କାହାରି ପାଖରେ ବି ନାହିଁ।

©ସମ୍ବିତ୍ ଶ୍ରୀକୁମାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract