STORYMIRROR

Sambit Srikumar

Abstract

4  

Sambit Srikumar

Abstract

ବିଶାଳୋତ୍କୋଳ

ବିଶାଳୋତ୍କୋଳ

2 mins
18

"ବିଶାଳୋତ୍କଳ" କାହିଁ ଆଉ ରଟୁଛ ଦିବାରାତ୍ର ନୂଆ ରାଇଜ ଗଢିବାର ସୂତ୍ର? କାହିଁକି ସୃଜୁଛ ରକ୍ତରେ ଭେଦ? କାହିଁ ପାଳନ କରୁଛ କଳା ଦିବସ? ଜାଣି ନାହଁ କି ଏଇ କଳାର ବିଶେଷତ୍ବ?

 କଳାର ଉତ୍କର୍ଷ ପାଇଁ ତ ହିଁ ଏଇ ଭୂଖଣ୍ଡ ଜଗତେ ପ୍ରସିଦ୍ଧ ବିଶ୍ବ କଳାକାର ଏଠି ଅଧୀଶ୍ୱର ହୋଇଲା କି ତୁମ୍ଭର ପାଶୋର? ଇତିହାସ ଇତିବୃତି କିମ୍ବଦନ୍ତୀ ହୋଇଲା କି ବିସ୍ମର?

 ମାତୃଭାଷା ଭିତ୍ତିରେ ବୃହତ୍ତ ଓଡ଼ିଶା ଗଠନର ସ୍ବପ୍ନ ତ ରହିଯାଇଛି ଆଜି ବି ଅଧୁରା ଆଗକୁ ସାକାର ହେବାର ଆଶା ବି ରହିଛି ଆଶଙ୍କାରେ ଭରା ତଥାପି ତୁମ୍ଭେ ପିଟୁଅଛ ବିଚ୍ଛିନ୍ନତାବାଦର ନାଗରା!

 କାହିଁକି ସୃଜୁଛ ବିଭାଜନର ରେଖା ଗଢିବାକୁ ତୁମ୍ଭର ରାଜନୈତିକ ଭବିଷ୍ୟତ ଲଭିବାକୁ ରାଜପଦ ଅବା ସକଳ ଐଶ୍ଵର୍ଯ୍ୟ ନିତି ଗାଉଅଛ ବିଚ୍ଛିନ୍ନତାବାଦର ସଙ୍ଗୀତ ମାଆକୁ ଆଉ ଥରେ ବାଣ୍ଟି ଦେଇ ବନ୍ଧୁ ସହୋଦର ବିହୁନେ ରାଜଗାଦିରେ ବସି କି ସୁଖ ବା ଲଭିବ?

 ତୁମରି ପୂର୍ବପୁରୁଷ କରିଥିଲେ ଜୟ ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ଭୂଖଣ୍ଡ ଚିନ୍ତା କର ବାରେ ହୋଇ ଶାନ୍ତମତି ସେଇ ଭୂଭାଗକୁ କରିଲେ ବହୁଦା ବିଭକ୍ତ ହେବନି କି ସେମାନଙ୍କ ପ୍ରତି ଅପମାନ ତୁମ୍ଭେ ଅର୍ଜିବ ନାହିଁ କି ଅପବାଦ?

 ଯାହା ବି ଅଛି ମତାନ୍ତର ମନାନ୍ତର ସେ ସବୁ କଥା ତ ପାଣିର ଗାର ଜୀବନ ରେଖା ମହାନଦୀକୁ ବଞ୍ଚାଇବାକୁ ହୁଅ ସଭିଏଁ ଆଗଭର ବିଭାଜନର କଥା ମନୁ ପରିହାରି ଲଢ଼ରେ ଓଡ଼ିଆ ତୁହି ବୀର ପରି!

 ପାରୁଛ ଯଦି ଓଡ଼ିଆ ଭିଷାଭାଷୀ ବିଚ୍ଛିନ୍ନାଞ୍ଚଳକୁ ଓଡ଼ିଶାରେ ମିଶାଇବା ପାଇଁ କର ରଣ ଆନ୍ଦୋଳନ ମାତ୍ର ଭାଙ୍ଗିବାର କୁଚକ୍ରାନ୍ତ କଥା ତିଳେ ଆଉ ଚିନ୍ତା ନକର!

 ଥରେ ନିରେଖି ଦେଖ ପଡିଶା ଘର କେମିତି ଅଛନ୍ତି ମୋର ଓଡ଼ିଆ ଭାଷାଭାଷୀ ଭଗିନୀ ଓ ଭ୍ରାତା ପ୍ରତିବେଶୀ ପ୍ରଦେଶଗୁଡିକରେ ଜୀଉଁଛନ୍ତି କି ଦୁଃଖ ଦୁର୍ଦ୍ଦଶାରେ ଚବିଶପ୍ରଗଣା ପୁରୁଲିଆ ମେଦିନୀପୁର ସିଂହଭୂମି ଷଢ଼େଇକଳା ଖରସୁଆଁ ମହାସମୁନ୍ଦ ବସ୍ତର ବିଜୟନଗର ଶ୍ରୀକାକୁଲମ ବିଶାଖାପାଟଣାଦି ଜନପଦରେ ଓଡ଼ିଆ ଭାଷା ସଂସ୍କୃତି ଦିଶୁଛି କି ବିଭତ୍ସ କଦାକାର ଛାରଖାର!

 ନା ମଥା ଟେକି ଗର୍ବର ସହିତ ଓଡ଼ିଆ ବୋଲି ପାରୁଛନ୍ତି ଜୀଇଁ ନା ଆନର ଭାଷାକୁ କରି ପାରୁଛନ୍ତି କୋଳାଗ୍ରତେ ସାଦର ସ୍ଵୀକାର କାୟମନୋବାକ୍ଯରେ ଶୁଦ୍ଧାନ୍ତକରଣରେ କି ବିଭତ୍ସ ଏହି ଦ୍ବିଧାଗ୍ରସ୍ତ ମାନସିକ ଅବସ୍ଥା ବାରେ ଅନୁଭବ କର!

 କୋଶଳ ସହିତ ଉତ୍କଳ ପଶ୍ଚିମ ସାଥିରେ ଉପକୂଳ ପୂରୁବ ପଶ୍ଚିମ ଦକ୍ଷିଣ ଉତ୍ତର ଉପାନ୍ତ ବିଚ୍ଛିନ୍ନାଞ୍ଚଳ ସମଗ୍ରକୁ ନେଇ ଗଢିଉଠୁ ସମୃଦ୍ଧ ବିଶାଳୋତ୍କୋଳ ପୂର୍ବପୁରୁଷଙ୍କ ପ୍ରତି ଉତ୍ତରଦାୟାଦର ଏହି ହେବ ଶ୍ରେଷ୍ଠ ସର୍ବୋତ୍ତମ ଶ୍ରଦ୍ଧାଞ୍ଜଳି ପ୍ରତିଟି ଓଡ଼ିଆର ପାଶେ ମୋର ଏଇ ଛୋଟ ଅଳି।

 ©ସମ୍ବିତ୍ ଶ୍ରୀକୁମାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract