STORYMIRROR

Sambit Srikumar

Abstract Tragedy Classics

4  

Sambit Srikumar

Abstract Tragedy Classics

କଳିଙ୍ଗ ନଗର

କଳିଙ୍ଗ ନଗର

1 min
20

କଳିଙ୍ଗ ନଗର, କେବେ ଦେଖିଛ କି ତୁମେ କଳିଙ୍ଗ ନଗର? 

ନ ଦେଖିଲେ ନାହିଁ, ନିଶ୍ଚୟ ତୁମେ ଶୁଣିଥିବ ତା'ର ଖବର! 


କଟା ମୁଣ୍ଡ କଟା ପାପୁଲି ବି କାଳେ ବହୁ କଥା କହେ ସେଠି

ବଖାଣେ ଶାସିତ ଉପରେ ଶାସକର କ୍ରୁର ଶୋଷଣ କାହାଣୀ

ହଜାରେ ଦିନରେ ହଜାରେ ଶିଳ୍ପର ସ୍ବପ୍ନ ନିତି ଦେଖା ହୁଏ ଏଠି

ଦୁନିଆଯାକର ପୁଞ୍ଜି ଐରାବତଙ୍କ ତହିଁ ନିବଦ୍ଧ ଲୋଲୁପ ଚାହାଣି। 


ଲେଖା ହୁଏ ଲୋମହର୍ଷଣକାରୀ ଇତିହାସର ଜଘନ୍ଯ ଗାଥା 

ରକ୍ତ ରଞ୍ଜିତ ନବ୍ଯ ସାମ୍ରାଜ୍ୟବାଦର ନାରକୀୟ ବିଭିଷିକା 

ଭିଟାମାଟି-ଭାତହାଣ୍ଡି ଉପରେ ଗଢାହୁଏ ବିକାଶର ସୌଧ 

ଶାଗୁଆ ସାବଜା ଭୂଖଣ୍ଡରେ କଳାଧୂଆଁର ଅସହ୍ୟ ଦୌରାତ୍ମ୍ଯ। 


ଲୁହାର ଖଣିରେ ଲୁହାର ସହରରେ ଲାଗିଛି ନିଲାମୀ ଆଜ 

ଦୁର୍ମୂଲ୍ଯ ମାଟିର ମଣିଷ ଜୀବନର ମୂଲ୍ୟ କଡ଼ା ଗଣ୍ଡାକ ମାତ୍ର 

ଛାତିର କୋହ ମିଳେଇ ଯାଏ ଆକାଶର ଘନ କଳା ଧୂଆଁରେ 

ମଣିଷ ବିକ୍ରି ହୁଏ ରଦ୍ଦିର ଭାଉରେ ଏଇ ଆମ କଳିଙ୍ଗ ନଗରେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract