STORYMIRROR

Sambit Srikumar

Abstract Inspirational

4  

Sambit Srikumar

Abstract Inspirational

ମୁକ୍ତିକାମୀ ବିହଙ୍ଗମ

ମୁକ୍ତିକାମୀ ବିହଙ୍ଗମ

1 min
244


ବେଳେ ବେଳେ ମୋର ଖିଆଲି ମନରେ

ଆକାଂକ୍ଷାଟିଏ ଉଙ୍କି ମାରେ ଇଛା କରେ 

ହୋଇ ଯାଆନ୍ତି କି ମୁକ୍ତ ବିହଙ୍ଗଟିଏ

ସକଳ ମାୟା ମୋହର ବନ୍ଧନକୁ 

ଛିନ୍ନ କରି ନୀଳ ଆକାଶର ବକ୍ଷ ଚିରି 

ଯାଆନ୍ତି ଉଡ଼ିଦୂର ଦିଗବଳୟ ପରେ 

ହଜାଇ ଦିଅନ୍ତି ଆପଣା କ୍ଷୁଦ୍ର ସତ୍ତାକୁ

ଭସା ଭସା ବଉଦ ମେଳରେ

ତଲ୍ଲୀନ ହୋଇଯାଆନ୍ତି ତହିଁ ପରେ! 


ରଚନ୍ତି ଏକ ନୀଡ଼ ଦୂର ବହୁ ଦୂର

ଅଜଣା ଅଚିହ୍ନା ଅପହଞ୍ଚ ଦ୍ଵୀପରେ

ଯହିଁ ନଥିବ ଏ ହିସାବୀ ଦୁନିଆର

ଲାଭକ୍ଷତି ଅଙ୍କ କଷା ବେଭାର 

ଯାବତୀୟ ତୁଛ ବାଛବିଚାର 

ଅନ୍ୟାୟ ଅନୀତି ପ୍ରିୟାପ୍ରୀତି ଅତ୍ୟାଚାର 

ହିଂସା ଦ୍ବେଷ ବୈରୀ ପରଶ୍ରୀକାତରତାର 

ରୁଢ଼ିବାଦୀ ସମାଜର କ୍ରୁର କଟକଣା

ମତଲବୀ ଦ୍ଵୀପଦ ପ୍ରାଣୀର ନିଠୁର ଛଳନା! 


ଥିବ ଅଯାଚିତ ପୀରତିର ମଧୁର ପସରା

ବର୍ଷୁଥିବ ତୁହାକୁତୁହା ମୈତ୍ରୀର ଅସରା 

ବହୁଥିବ ତହିଁ ସୁଖଶାନ୍ତିର ମନ୍ଦାକିନୀ ଧାରା

ବାଜୁଥିବ ଅବିରତ ସଂପ୍ରୀତିର ଯୋଡି ନାଗରା 

ପରାଭବ ଲଭୁଥିବ ନିତି ମୃତ୍ୟୁ ବ୍ଯାଧି ଜରା! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract