STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ସ୍ବାଧୀନତା

ସ୍ବାଧୀନତା

1 min
10

ସ୍ବାଧୀନତା ତ ସେଦିନ ଆସିନଥିଲା

ଅରଟରେ ସୂତା ବୁଣି 

କାଟି ପିନ୍ଧ କୁଟି ଖାଅ 

ରାମ ଧୂନ୍ ଗାନରେ 

ଅବା ସହଣିକ ଅହିଂସା 

ପରମ ଧର୍ମର ନୀତିରେ।


ସ୍ବାଧୀନତା ତ ସେଦିନ ଆସିନଥିଲା

ହସି ହସି କ୍ଷମତା ହସ୍ତାନ୍ତର

ଦ୍ବିପାକ୍ଷିକ ଶୀର୍ଷ ନେତାଙ୍କ ହସ୍ତାକ୍ଷରର ମୋହରରେ

ଅର୍ଦ୍ଧରାତ୍ରୀରେ ଓଜସ୍ଵିନୀ ଭାଷଣରେ

ଅବା ପ୍ରତ୍ଯୁଷରେ ଶ୍ବେତ କପୋତ ଉଡାଣରେ। 


ସ୍ବାଧୀନତା ତ ସେଦିନ ଆସିନଥିଲା 

ହର୍ଷ ଉଲ୍ଲାସର ବାତାବରଣରେ 

ଜାତୀୟ ପର୍ବର ଉଦଘୋଷଣାରେ 

ପଲ୍ଲୀ ଠୁଁ ଦିଲ୍ଲୀ ମିଷ୍ଟାନ୍ନ ବଣ୍ଟନରେ 

ପ୍ରଭାତ ଫେରି ଶୋଭାଯାତ୍ରା 

ଅବା ତ୍ରିରଙ୍ଗା ଧ୍ବଜା ସ୍ଥାପନାରେ। 


ସ୍ବାଧୀନତା ସେଦିନ ଆସିଥିଲା

ରକ୍ତସ୍ନାନ କରି ନୂଆଖଲିର ବସ୍ତିରେ

ଉଷ୍ମ ତାଜା ଶୋଣିତରେ ପ୍ଲାବିତ 

ସ୍ବାଧୀନତା ପାଇଁ ବଢୁଥିଲା ଉଷ୍ମତା

ଚାରିଆଡ଼େ କୁଢକୁଢ ଶବର ଗଦାରେ

ଅବିଶ୍ବାସ ଆଉ ପ୍ରତିଶୋଧର ବହ୍ନିବଳୟରେ

ଅହରହ ଜଳୁଥିଲା ଦେଶ

ଉଜୁଡ଼ି ଯାଉଥିଲା ଘର ସଂସାର 

ଶରଣାର୍ଥୀ ଶିବିରରେ ବି ବାଛବିଚାର

ହାୟରେ ଜୀବନ ତୁ କେଡ଼େ ନିରର୍ଥକ

ଗାଢ଼ ଏଠି ରୁଧିରର ଗାର।


©ସମ୍ବିତ୍ ଶ୍ରୀକୁମାର



Rate this content
Log in

Similar oriya poem from Abstract