STORYMIRROR

Bijay Prusty

Abstract

4  

Bijay Prusty

Abstract

ଦରଶନ ଦେଉଥିବୁ

ଦରଶନ ଦେଉଥିବୁ

1 min
349


ତୋତେ କେତେ ଭଲପାଏ ମୁଁ କାଳିଆ

ତୋତେ କଣ ଜଣାନାହିଁ

ସବୁ ଜାଣି ଖାଲି ଅଜଣା ହେଉଛୁ

ଏଡିକି ହଟିଆ ତୁହି I

ତୋ ଦର୍ଶନ ଟିକେ କରିବା ପାଇଁରେ

ନିତି ଧାଇଁଯାଏ ପୁରୀ

ପହଡ ପକାଇ ନିଶ୍ଚିନ୍ତରେ ଶୋଉ

ଯଦି ହୋଇଯାଏ ଡେରି I

ଖୁସି ହେବୁ ବୋଲି ଖୋଲି ଦେଇଛି ମୁଁ

ଦେହରୁ ଦାମୀ ବସନ

ଶୁଭ୍ର ଧୋତି ପିନ୍ଧି ଖାଲି ପାଦେ ଚାଲେ

ଦେଖିନୁ ଚକାନୟନ ?

ଜାଣିଛିରେ ତୋତେ ନିତି ଲାଗିହୁଏ

ତୁଳସୀ ତୋ ପ୍ରିୟ ବୋଲି

ସେପାଇଁ ମୋ ବେକୁ ସୁନା କାଢିଦେଇ

ପିନ୍ଧିଛି ତୁଳସୀ ମାଳି I

ସୁ୍ନ୍ଦର ଦିଶଇ ତୋ ରଙ୍ଗା ଅଧର

ଲାଗି ରହିଥାଏ ହସ

ତୋ ଚକାଆଖିରେ ପଲକ ପଡେନି

ଚାହିଁଥାଉ ଅହର୍ନିଶ I

ଏତିକି ମାଗୁଛି ଦର୍ଶନରୁ ତୋର

ବଞ୍ଚିତ କରିବୁ ନାହିଁ

ତୋ ନାମକୁ ସଦା ଜପୁଥିବି ଜଗା

ମରିବି ତୋ ମୁହଁ ଚାହିଁ I

   


Rate this content
Log in

Similar oriya poem from Abstract