Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ଶୁଭ୍ରା

ଶୁଭ୍ରା

1 min
213


କୁହୁଡି ଚାଦର ଘୋଡି ହୋଇଛ ଗୋ

ପିନ୍ଧିଛ ଶୁଭ୍ର ବାସ

ମହ ମହ ବାସେ ଦେହଟି ତୁମର

ମୁହଁରେ ସ୍ନିଗ୍ଧ ହସ I


ଶୀତ ସକାଳେ ମୁଁ ତୁମକୁ ଦେଖିଲି

ମନ ହୋଇଗଲା ଖୁସି

ସ୍ଥିର ଚାହାଣୀରେ ଚାହିଁଥିଲ ତୁମେ

ଦେଇଥିଲ ଟିକେ ହସି I


ଶେଫାଳୀ ହସିଲା ରାତିର ଅନ୍ଧାରେ

ତୁମେ ପଡିଥିଲ ଶୋଇ

ସକାଳୁ ଯେବେଳେ ଝଡିଗଲା ତଳେ

ତତ୍କାଳ ଉଠିଲ ଚେଇଁ I


ଶୁଭ ସକାଳର ସ୍ୱାଗତ ଗୀତିକା

ଗାଇଲ ଗୋ ହସି ହସି

ବାଣ୍ଟିଲ କେତେ ଯେ ପ୍ରୀତିର ମହକ

ବିତରିଲ କେତେ ଖୁସି I


ମନ ତଳେ ମୋର ତୁମ ପାଇଁ ସଖୀ

ଜାଗିଲା ପ୍ରେମର ଢେଉ

ତୁମେ ସଖୀ ମୋର ବନ୍ଧବୀଟିଏ ଲୋ

କୋଇଲି କଣ୍ଠର କୁହୁ I

      



Rate this content
Log in

Similar oriya poem from Romance