STORYMIRROR

pravasini Senapati

Romance

4  

pravasini Senapati

Romance

ପ୍ରେମ ର ପରିଭାଷା

ପ୍ରେମ ର ପରିଭାଷା

1 min
450

ଦୁଇ ହୃଦୟର ମିଳନରୁ ଜାତ 

ପବିତ୍ର ଶବ୍ଦଟି ପ୍ରେମ

କିଏ ଜିତେ କିଏ ହାରଇ ପ୍ରେମରେ

କିଏ ହୁଏ ବଦନାମ ।(୧)


ପ୍ରେମ ସର୍ବୋତ୍ତମ ପ୍ରେମ ଯେ ଶାଶ୍ୱତ

ପ୍ରେମ ଚିରନ୍ତନ ଧାରା

ପ୍ରେମ ହୃଦୟର ପବିତ୍ର ଭାବନା

ସ୍ବର୍ଗୀୟ ସୁଷମା ଭରା ।(୨)


ଯିଏ କରେ ପ୍ରେମ ଭୁଲେ ଜାତି ଧର୍ମ

ଭୁଲେ ଉଚ୍ଚ, ନୀଚ ଭାବ

ପ୍ରେମରେ ମଣିଷ ହୋଇଯାଏ ଅନ୍ଧ

ଏମିତି ସେ ଅନୁଭବ ।(୩)


ବିଶ୍ୱାସରେ ପ୍ରେମ ସୃଷ୍ଟି ହୋଇଥାଏ

ସ୍ୱାର୍ଥରେ ହୁଅଇ ଶେଷ

ପ୍ରେମରେ ସ୍ୱାର୍ଥକୁ ଜଳାଞ୍ଜଳି ଦେଲେ

ବଢ଼ିଥାଏ ତା ଆୟୁଷ ।(୪)


ପ୍ରେମ ଏମିତିକା ଅବୁଝା ଶବ୍ଦଟେ

ବୁଝି ହୁଏ ନାହିଁ ଜମା

ପ୍ରେମ ପରିଭାଷା ଅଟଇ ବ୍ୟାପକ

ନାହିଁ ତା'ର ପରିସୀମା ।(୫)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance