STORYMIRROR

pravasini Senapati

Classics

3  

pravasini Senapati

Classics

ଏତିକି ମୋ ନିବେଦନ

ଏତିକି ମୋ ନିବେଦନ

1 min
363


ସୁଖ ଦେଲେ ଦିଅ, ଦୁଃଖ ଦେଲେ ଦିଅ

କରିବିନି ଅଭିମାନ

ହୃଦୟକୁ ମୋର ସ୍ୱଚ୍ଛ କର ପ୍ରଭୁ

ସୁନିର୍ମଳ କର ମନ ।


ଦୁଃଖରେ ଯେମିତି ନହୁଏ କାତର

ସୁଖରେ ମୁଁ ଆତ୍ମହରା

ଇନ୍ଦ୍ରିୟ ସବୁ ମୋ ଅୟତ୍ତରେ ଥିଲେ

ହେବି ନାହିଁ ପଥହରା ।


କାହା ସୁଖ ଦେଖି ମୋ ଦୁଃଖ ସାଥିରେ

ତୁଳନା କରିବି ନାହିଁ

ମାନ, ସନମାନ, ନିନ୍ଦା,ଅପମାନ

ବୁଝି ମୁଁ ପାରିବି ନାହିଁ ।


ହାରିବା, ଜିତିବା, ପାଇ ହରାଇବା

ଅସ୍ଥିର କରିବ ନାହିଁ

ସବୁ ସୁଖ, ଦୁଃଖ ଭୁଲି ଯାଉଥିବି

ତୁମରି ଶ୍ରୀମୁଖ ଚାହିଁ ।


ତୁମରି ନାମକୁ ସଦା ଜପୁଥିବି

ତୁମ ଠାରେ ଥିବ ମନ

ହେ ଚକା ନୟନ, କରିବ ପୂରଣ

ଏତିକି ମୋ ନିବେଦନ ।



Rate this content
Log in

Similar oriya poem from Classics