ସତ ପାଏ ଆଜି ଫାଶୀ
ସତ ପାଏ ଆଜି ଫାଶୀ


ବଦଳି ଗଲାଣି ସମାଜର ରୀତି
ଲାଗଇ ଅଣନିଶ୍ୱାସୀ
ମିଛ ପାଏ କେତେ ଆଦର ସତ୍କାର
ସତ ପାଏ ଆଜି ଫାଶୀ ।
ଅବିବେକି ଆଜି କ୍ଷମତାରେ ଅନ୍ଧ
ବିବେକି ଅଜ୍ଞାତ ବାସେ
ସରମେ ମରୁଛି ସତ୍ୟ ଆଜି କାହିଁ
ଅସତ୍ୟର ଅଟ୍ଟହାସ୍ୟେ ।
ଯୋଗ୍ୟତମ ଆଜି ବୋଲାଏ ଅଯୋଗ୍ୟ,
ଅଯୋଗ୍ୟ ପାଏ ସମ୍ମାନ
ସରଳ, ନିରୀହ, ନିଷ୍କପଟ ଆଜି
ହୁଏ ଖାଲି ହୀନିମାନ ।
ପ୍ରବଞ୍ଚକ ଆଜି ପ୍ରିୟ ସଭିଙ୍କର
ତ୍ୟାଗର ଯେ ନାହିଁ ମୂଲ
ଛଳନା ଭରା ଏ ସ୍ୱାର୍ଥ ର ସହର
ଆଉ ଲାଗୁନାହିଁ ଭଲ ।