STORYMIRROR

pravasini Senapati

Comedy

3  

pravasini Senapati

Comedy

ଶ୍ରୀମତୀ ଙ୍କ ଦୀପାବଳୀ

ଶ୍ରୀମତୀ ଙ୍କ ଦୀପାବଳୀ

1 min
343


କୁନି ଘର ଆଉ ରୁବି ଘର କାଲି

ପାଳୁଥିଲେ ଦୀପାବଳୀ

କିଏ କେତେ ଲିଚୁ ଲଗାଇ ପାରିବ

ଦୁହେଁ ତ ଦୁହିଁଙ୍କୁ ବଳି ।


ରଙ୍ଗୋଲି ର ରଙ୍ଗେ ସଜାଇ ଅଗଣା 

ଉଠାଇଲେ ପୁଣି ଫଟୋ

ଫେସବୁକ ଆଉ ଇନଷ୍ଟାଗ୍ରାମ ରେ ଦେଲେ

ଆସିବ ଭଲ କମେଣ୍ଟ ।


କୁନି ବୋଉ ତାର ଅଗଣାରେ ଆଣି

ଦୀପାଳି ଦେଲାଣି ଜାଳି

ରୁବି ବୋଉ ମନ ହାଇଁ ପାଇଁ ହୁଏ

ରୁବି ବାପା ପାଶେ ଅଳି ।


ତାଙ୍କର ଲାଗିଛି ଶହେ ଟି ଦୀପାଳି

ତୁମେ ଆଣିଛ ଅଳପ

ତାଙ୍କ ଠାରୁ ଆମ ରୋଜଗାର ବେଶୀ

ଯାଇଁ ଆଣ ଆଉ ଦୀପ ।


ଦେଖ, ତାଙ୍କ କୁନି ଫୁଟାଉଛି କେତେ

ଦାମିକା ଦାମିକା ବାଣ

ରୁବି ମୋର ଘରେ ରୁଷି ବସିଲାଣି

ଆମର ବି କିଣି ଆଣ ।


ତାଙ୍କ ଠାରୁ ଆମ ମାନ ସନମାନ

ସମାଜରେ ଯେ ଅଧିକ

କମ ଖର୍ଚ୍ଚରେ ଦିବାଲି ପାଳିଲେ

କଅଣ ଭାବିବେ ଲୋକ ?


ଶୁଣୁ ଥିଲେ ସବୁ ରୁବି ବାପା ବସି

ଫେଏଁ କିନା ଦେଲେ ହସି

ହଉ ଶ୍ରୀମତୀ ମୁଁ ସେମିତି କରିବି

ଯେଉଁଥିରେ ତୁମେ ଖୁସି ।


ଦୀପଟିଏ ଜାଳି ଦିବାଲି ପାଳିଲେ

ପ୍ରଦୂଷଣ ମୁକ୍ତ ହେବା 

ଟଙ୍କା ଦେଇ ଆମେ କାହିଁକି କହିଲ

ରୋଗ ଓ ଦୁଃଖ କିଣିବା ?


ବୁଝାଇ ସୁଝାଇ କହିଲେ ସେ ସବୁ

ଶ୍ରୀମତୀ ବି ଗଲେ ବୁଝି

ପ୍ରଦୂଷଣ ମୁକ୍ତ ଦିବାଲି ପାଳିଲେ

ସ୍ୱାମୀ କଥା ମନେ ହେଜି ।



Rate this content
Log in

Similar oriya poem from Comedy