STORYMIRROR

Aparti Charan Sethi

Comedy Children

4  

Aparti Charan Sethi

Comedy Children

ମୋବାଇଲ ଖେଳ

ମୋବାଇଲ ଖେଳ

1 min
339


ମୋବାଇଲ ଗୋଟେ ଏମିତି ଜିନିଷ

   ଯାହାର ଉପମା ନାହିଁ,

ଯାହା ବିନା ଆଜି ମଣିଷ ମୁହୂର୍ତ୍ତେ

   ବଞ୍ଚି ହିଁ ପାରିବ ନାହିଁ।

ଅନ୍‌ଲାଇନ,ଡାଟା ଏଣ୍ଟ୍ରି ହ୍ଵାଟସପ୍

   କ୍ୟାମେରା ଅଡିଓ ନେଇ,

ଫୋନ୍ କଲ୍ ସଙ୍ଗେ ଦୁନିଆଁକୁ ହାତ

   ମୁଠାରେ ରଖି ପାର‌ଇ।

କାହିଁ ଆମେରିକା କାହିଁ ଆମ ଗାଁ

    ମୁହୂର୍ତ୍ତେ ସମ୍ପର୍କ ବାନ୍ଧେ,

ଫୋନ୍ ପାଇ ପୁଅ ବିଦେଶରୁ ଆସି

    ବାପା ଶବ ନିଏ କାନ୍ଧେ।

ମୋବାଇଲ ଆଜି ଛୁଟି ଦେଇଦେଲା

    ଡାକ ଚିଠି କାରବାର,

ମାସକର କାମ ମୁହୂର୍ତ୍ତେ ସମ୍ଭବ

   ତାହାରି ଦାନ କେବଳ।

ଏତେ ପରେ ଏହି ମୋବାଇଲ ଦ୍ଵାରା

    ବହୁ ଦୁର୍ଲ୍ଲଭ ଜୀବନ,

 କାହିଁକି ଅବେଳେ ନଷ୍ଟ ହୋଇଯାଏ

    ଏହାର କେଉଁ କାରଣ?

ପ୍ରେମ, ପ୍ରତାରଣା ସବୁ ଭରିଅଛି

   ଏହି ମୋବାଇଲଟାରେ,

ପ୍ରେମ ପାଇଁ ଭଲ କଲେ ବ୍ୟବହାର

    ଖରାପ ପ୍ରତାରଣାରେ।

ପୁଅ ଯିଦି ଧରି ଉପାସେ ବୁଲିଲା

    ମୋବାଇଲଟିଏ ପାଇଁ,

ବାପା ପୁଅଟିକୁ ଫୋନ୍ କିଣି ଦେଲେ

   ପୁତ୍ର ପ୍ରେମେ ବଶ ହୋଇ।

ପୁଅ ଖୁସି ହେଲା ଗେମ୍ ଖେଳିଲା

    ଦିନରାତି ଲାଗିପଡି,

ଦିନେ ଛାତପରେ ଗେମ୍ ଖେଳୁଖେଳୁ

    ତଳେ ପୁଅ ଗଲା ପଡି।

ସ‌ଉତୁଣୀ ସାଜି ମୋବାଇଲ ଏଠି

   ମାଆ କୋଳ ଶୂନ୍ୟ କଲା,

ରେଳ ଲାଇନରେ ସେହି ଭଳି ଏକ

    ଘଟଣାଟା ଘଟିଥିଲା।

ଫ୍ଲିପ୍‌ କାର୍ଡ ଖେଳମୋହନୀ ମାୟାରେ

    ପୁଅ ମଜିରହିଥିଲା,

ରେଳ ହର୍ଣ୍ଣଟିକୁ ଜାଣି ପାରିଲାନି

    ତାପରେ ଯାହା ଘଟିଲା।

ଆଖିରୁ ଲୁହକୁ ଯେତେ ଗଡେଇଲେ

   କିଛି ଆଉ ଲାଭ ନାହିଁ,

ଆଉ ଏକ କଥା କହୁଛି ଘଟିଲା

   ଏହି ମୋବାଇଲ ପାଇଁ।

ସେଲ୍‌ଫି ନେଉନେଉ ପ୍ରେମୀଯୁଗଳଟି

   ନଦୀ ପୋଲ ବାଡ଼ କଡେ,

ନଦୀରେ ପଡିଲେ କାହିଁ ଭାସିଗଲେ

   ଆଜି ବି ଜଣା ନ ପଡେ।

ଗତ ବର୍ଷ ଆମ ଗାଁର ଘଟଣା

   ଯୁବବନ୍ଧୁ ଚାରିଜଣ,

ବିଲ ବରଗଛ ମୂଳେ ଭୋଜି ଖାଇ

   ନେଟ୍ ଖୋଲୁଥିଲେ ଜାଣ।

ଦୁର୍ଦ୍ଦଶ ଶବଦ କରି ଘଡ଼ଘଡ଼ି

   ତାଙ୍କ ଉପରେ ପଡ଼ିଲା,

ଦୁଃଖଦ ମୁହୂର୍ତ୍ତ ଯହିଁ ଘଟିଗଲା

    କଥାଟିଏ ରହିଗଲା।

ତେଣୁ ମୋବାଇଲ ପରମାଣୁ ଭଳି

   ପ୍ରାଣଟିକୁ ନେଇପାରେ,

ସେହି ମୋବାଇଲ ଅନେକ ଜୀବନ

   ଅବିଳମ୍ବେ ରଖିପାରେ।

କେବଳ ଆମର ବୁଦ୍ଧିମତ୍ତା ଲୋଡ଼ା

   ମୋବାଇଲ ବ୍ଯବହାରେ,

ଅପବ୍ୟବହାରେ ନିମିଷକ ମଧ୍ଯେ

   ବହୁ କ୍ଷତି କରିପାରେ।

ହେ ବାପାମାଆ ନିଜ ପିଲା ପ୍ରତି

   ଯଦି ସ୍ନେହ କିଛି ଅଛି,

ମୋବାଇଲ ପ୍ରେମୁଁ ପିଲାଙ୍କୁ ଦୂରାଅ

    ଅନୁରୋଧ କରୁଅଛି।

ଅଶ୍ଳୀଳ ଦୃଶ୍ୟକୁ ପିଲାଏ ଦେଖନ୍ତି

    ସେଠୁ ନଷ୍ଟ ହୋଇଯାନ୍ତି,

ଅନେକ ଅଛି ଏ ମୋବାଇଲ ଠାରେ

    ଅସରନ୍ତି ଗୁଣ କୀର୍ତ୍ତି।

ମୋବାଇଲ ଧର ଜୀବନକୁ ଗଢ

   ପାଠ ବି ଏଥିରେ ପଢ,

ମୁରୂଖ ଅପର୍ତ୍ତି କହୁଛି ରେ ବାବୁ

   ଖରାପ ବାଟେ ନ ପଡ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy