STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ସାଇଟ୍ ଦିଅ ଝାଡା ଯିବି

ସାଇଟ୍ ଦିଅ ଝାଡା ଯିବି

2 mins
4

🐕ସାଇଟ୍ ଦିଅ ଝାଡା ଯିବି।
***********ଅପର୍ତ୍ତି ସେଠୀ 
       (ରମ୍ୟ ରଚନା)
ସାଇଟ୍ ଦିଅ ଝାଡା ମୁଁ ଯିବି 
       ନ କହି ଏହି କଥା,
ରାସ୍ତା ମଝିରେ ଦୁଇ କରିବା
     ଏ କେଉଁ ପୌରୁଷତା‌?
ତୁମକୁ ନୁହେଁ କହୁଛି ଭାଇ
      କୁକୁରଙ୍କର କଥା,
ଯାହାଙ୍କ ପାଇଁ ଅପରିଷ୍କାର
      ଆମରି ଗାଁ ରାସ୍ତା।
ଏତେ ଯୋଜନା କରୁଛ ବାବୁ
      ଆଉ ଗୋଟିଏ କର,
ବୁଲା କୁକୁର ମାନଙ୍କ କଥା 
      ଟିକିଏ ଚିନ୍ତା କର।
ଗାଁ ଗହଳି ରାସ୍ତା ଘାଟକୁ 
      ଯଦି ନଜର ଦେବ,
ସବୁଠିଁ ଖାଲି କୁକୁର ମଳ
      ଦୃଷ୍ଟିରେ ପଡିଯିବ‌।
କାଳିଆ ଧଳା ନାଲି ଛବିଲା‌
       ବିଭିନ୍ନ କିସମର‌,
କେ ରୁମ ଛଲା କଣା‌ କୁକୁର 
       ଭଙ୍ଗା ବି କାହା ଗୋଡ଼ ।
ଲଙ୍ଗଳା ହେଇ ବୁଲନ୍ତି ସବୁ
       କାହାଠି‌ ନାହିଁ ବସ୍ତ୍ର,
ହଗିଦେଇକି ଅପରିଷ୍କାର 
       କରନ୍ତି ରାସ୍ତା ଘାଟ।
ସଫା ସୁତୁରା ଜାଗାରେ ବେଶୀ 
       କରନ୍ତି ମଳତ୍ୟାଗ,
ଦିନକୁ ଦିନ ବଢୁଛି ପୁଣି 
       ଏହାଙ୍କ ଉପଦ୍ରବ‌।
ଏହାଙ୍କ ପାଇଁ କିଛି ବ୍ୟବସ୍ଥା 
      କର ହେ ସରକାର,
ସ୍ଵଚ୍ଛ ଭାରତ କେମିତି ହେବ 
      ନ କଲେ ପ୍ରତିକାର।
କୁକୁର ବନ୍ଧ୍ୟାକରଣ କଲ 
       ବଜାର ସହରରେ‌,
ଗାଆଁରେ କିନ୍ତୁ କୁକୁର ବଂଶ 
       ହୁ ହୁ କି ମାଡ଼େ।
ଏହାଙ୍କ ଝାଡା ପରିସ୍ରା ପାଇଁ 
      ଲୋକ ନିଯୁକ୍ତି କର,
ସ୍ଵତନ୍ତ୍ର ଶୌଚାଳୟ ନିର୍ମାଣ 
      ହେଉ କୁକୁରଙ୍କର।
ମୋ ଘର ଦାଣ୍ଡ ଦୁଆର ନିତି 
      ସଫା କରିବି କେତେ,
ଦୁର୍ଗନ୍ଧ ଏହି କୁକୁର ମଳ
      କାଢ଼ି ମୋ ଦିନ ବିତେ।
ଦିନେ ଗୋଟିଏ ମାଈ କୁତିଟି
      ମୋ ଘର ଆଗେ ଥିଲା,
ଭିକାରୀଟିକୁ ଦେଖି ହଠାତ୍ 
       ଭୋ‌ ଭୋ‌ ଭୁକିଦେଲା।
ଭିକାରୀଟିଏ ବାଡ଼ି ହଲେଇ
       ଯେମିତି କଲା ପାଟି,
ଘରେ ମୋ ହଗି‌ ଦେଲା ସେ କୁତି
       ଲାଞ୍ଜକୁ‌ ତାର ଜାକି।
କ‌'ଣ ଆଉ କରିବି କୁହ
      ସଫା କରିଲି ମୁହିଁ,
ଯେଉଁ ଦୁର୍ଗନ୍ଧ ସେ କଥା ଭାବି 
      ଭାତ ମୋ ରୁଚୁ‌ ନାହିଁ।
ସବୁଦିନିଆ ତିନି ଚାରୋଟି 
      ଧ‌ଇଁଆ‌ କୁତାକୁତି‌,
ମୋ ଦାଣ୍ଡଟାକୁ‌ ତାଙ୍କର ବୋଧେ
      ଲାଟ୍ରିନ‌ ଭାବୁଛନ୍ତି।
ସେଦିନ କଳା ରୁମ ଛଲାଟା
       ଆସିଲା ଦ‌ଉଡିକି,
ହଠାତ୍ ହଗି ପକେଇଲା ମୁଁ 
      କରୁଛି ଯେତେ ପାଟି।
ବିରକ୍ତ ହେଇ କାଢିଲି ତାକୁ 
      ନାକରେ ଦେଇ ହାତ ,
ଭାବିଲି କାଲି ଆସୁ ନିଶ୍ଚୟ 
      ଭାଙ୍ଗି ଦେବି ତା' ଟାଙ୍କ।
କିନ୍ତୁ ସେଦିନ ରାତିରେ କାମ
      ସାରି ସେ ଦେଇଥିଲା‌,
ସକାଳୁ ଦେଖେ ଦାଣ୍ଡଟା ଆଉ
      ଅବସ୍ଥାରେ‌ ନ ଥିଲା।
ଏଥର ଆସୁ ନିଶ୍ଚେ ଆଙ୍ଗୁଠି 
      ଗଣ୍ଠି ମୁଁ ପକେଇବି‌,
କୁନ୍ଥ‌ଉଥିବ କାଳିଆ କୁତା
      ପାରିବ ନାହିଁ ହଗି‌।
ଜଗିଛି‌ ତାକୁ ସେହିଦିନୁ‌ ମୁଁ 
     ପାଉନି‌ ଦେଖା ତାର‌,
ରାତିରେ ଆସି ହଗି ଦେଉଛି 
      ଭାରି ସେ ଟାଉଟର‌ ।
ଅନୈତିକ କାର୍ଯ୍ୟକଳାପ 
       ଏଇ କୁକୁରଙ୍କର,
କା' ଖତଗଦା‌ କା' ଚୂଲି ମୁଣ୍ଡେ
       କୁକୁର ଛୁଆ ପଲ ।
ଗାଡ଼ିରେ ଆସି ବାଡ଼େଇ ହେଇ
       କରନ୍ତି ଦୁର୍ଘଟଣା ,
ମଣିଷ ହୋଇଥିଲେ ହୁଅନ୍ତା
      ଜେଲ୍ ଜୋରିମାନା।
ଏବେ ଯେତେକ ବୁଲା କୁକୁର 
      ଗାଆଁରେ ଦେଖାଯାନ୍ତି,
ସବୁ ତ ବେମାରୀଆ କୁକୁର 
      ରୁମ ବି ନାହିଁ କା'ଠିଁ‌।
କା' ଘରେ ପଶି ଟାଉକା‌ ପଣେ
       ହାଣ୍ଡି ବି ମାରୁଛନ୍ତି,
ରାସ୍ତାରେ ବାଟ ଚାଲି ହେଉନି 
        ହଗି‌ ଭସାଉଛନ୍ତି।
ହଗୁ‌ କି ମୁତୁ‌ ଯୋଉଠି କିନ୍ତୁ 
       କୁକୁର ଆମ ବନ୍ଧୁ,
ରାତିରେ ଗାଆଁ ଜଗୁଛି‌ ଭାଇ
      କାହିଁକି ତାକୁ ନିନ୍ଦୁ ?
କୁକୁର ଯଦି ଗାଆଁରେ ନାହିଁ 
      ସେ ଗାଆଁ ନୁହେଁ ଗାଆଁ,
କୁକୁର ବିନା ସତରେ ଗାଆଁ 
        ଲାଗିବ‌ ଖାଁ ଖାଁ।।
(ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା 
     ମୋ - ୭୮୯୪୩୯୮୫୦୦)
🐕🦮🐕🦮🐕🐕🦮🐕


Rate this content
Log in

Similar oriya poem from Comedy