STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ସବୁ ମୋ ଭାଗ୍ଯ ଦୋଷ

ସବୁ ମୋ ଭାଗ୍ଯ ଦୋଷ

2 mins
382

(ରମ୍ୟ ରଚନା)


ଦଶଟାରାତି ଘରେ ପହଞ୍ଚି

   ଡ୍ରେସ୍ ମୁଁ ଓହ୍ଲାଉଛି,

ଟିଭି ଉପରେ ପଡ଼ିଲା ଆଖି

   ‌ ରଜ କୁଇନି ଚାଲୁଛି।

ଟିଭି ରିମୋଟ ଧରି ମୋ ସ୍ତ୍ରୀ

   ଚିପୁଛି ଖଟେ‌ ବସି,

ଧ୍ୟାନ ଦେଇକି ପିଇଯାଉଛି

   ପ୍ରୋଗ୍ରାମ ସବୁକିଛି।

ଗୀତ ଓ ନାଚ କରି ଅଭ୍ୟାସ

   ସୁନ୍ଦରୀ ଝିଅ ମାନେ,

ଭାଗନିଅନ୍ତି ଅଡିସନରେ

   ସପନ‌ ରଖି ମନେ।

ଜଜ୍‌ ବୁଝନ୍ତି ନାଆଁ ଠିକଣା

   ରଜର ଉଦ୍ଦେଶ୍ୟରେ,

କେତୋଟି ଜଣା ଅଜଣା ପ୍ରଶ୍ନ

   ଓଡ଼ିଆ ଭାଷାଟିରେ। 

ଝିଅଟି ବିଏ ପାଶ୍ କରିଛି 

   ଜଜ୍‌ଙ୍କ ପ୍ରଶ୍ନ ଇଏ,

କହିଦେବକି ଗୁରୁଦିବସ

  କେବେ ହେ ପଡ଼ିଥାଏ?

ଝିଅଟି କହେ ଗୁରୁ ଦିବସ

  ଯେଉଁ ଦିନରେ ପଡ଼େ,

ସେଦିନ ଗୁରୁ ପୂଜା ହୁଅନ୍ତି

   ସ୍କୁଲରେ ଆଡମ୍ଵରେ।

ଜଜ୍‌ଙ୍କ ପ୍ରଶ୍ନ ଶିଶୁ ଦିବସ

   ପଡ‌ଇ କେଉଁ ଦିନ,

ଝିଅ ଉତ୍ତର ଦେଇ ‌କହୁଛି

   ପଡୁନି‌ ମୋର ମନ।

କୁହ ହେ ଭାଲେଣ୍ଟାଇନ୍ ଡେ

   କେଉଁ ତାରିଖେ ପଡେ,

ଚ‌ଉଦ ଫ୍ରେବୃଆରୀ କହୁଛି 

    ଝିଅଟି‌ ତରବରେ‌। 

ଜଜ୍ ହସିଲେ କମେଟ୍ କଲେ

   ( ଗୁରୁ),ଦିବସ ଜାଣ ନାହିଁ,

ପ୍ରେମ ଦିବସ ଯେ ଫଟାଫଟ

    ଉତ୍ତର ଦିଅ କହି।

ଧନ୍ୟ ବାଳିକା ହେବ ନାୟୀକା

   ସାର୍ଥକ ଟିଭି ଆସ,

ହଳଦୀ ଗିନା, ପାଚିଲା ବେଲ

    ଶିଖ ଭେଙ୍ଗଣା‌ ନାଚ।

କହିଲି ମୁହିଁ ଦେଖ ସଜନୀ

   (ତୁମ)ନାରୀ ଜାତିର ଗୁଣ,

ଅନ୍ୟ ଉତ୍ତର ପଛେ ନ ଜାଣ

   ପ୍ରେମରେ ଭାରି ଜ୍ଞାନ।

ଅଣ ଓଡ଼ିଆ ଝିଅ ବୁଝିଛି‌

   ରଜ ପରବ କଥା,

ବିଦେଶିନୀର ମୁଣ୍ଡେ ଓଢ଼ଣୀ 

   ତୁମର ଖୋଲାମଥା।

ଏହା କହିଛି କୁଆଡେ ଯିବି 

   ସ୍ତ୍ରୀ ପଡିଲା ଉଠି,

ଉଦ୍ଧାର କଲା ମୋ ବୁନିଆଦି

   କମ୍ପେଇ ଦେଲା ପାଟି।

ମୁହଁକୁ ମୋଡି ଦାନ୍ତ କାମୁଡି

   ଚାଲିଲା ଦମଦମ‌,

ଖାଇବା ପାଇଁ ତା'ପଛେ‌ ଧାଇଁ

   ହେଲି ମୁଁ ନାକେଦମ‌।

ମୋତେ ସେ କହେ ଅଦେଖାଟାଏ

    ସହିପାରୁନି ତାକୁ,

ମୁଁ କାଳେ ନୂଆ ଝିଅ ଖୋଜୁଛି 

    ଘରଣୀ କରିବାକୁ। 

ନାଁ ପ୍ରାଣ ପ୍ରିୟା ତାହା କୁହନା

   ତୁମେ ବିଡ଼ିଆପାନ,

ସୁନ୍ଦରୀ କିଏ ଅଛି ତୁମଠୁଁ 

   ଦେବି ତାକୁ ମୋ ମନ !

ଏକଥା ଶୁଣି ହସିଲା ପୁଣି

   ରୁଟି ସନ୍ତୁଳା ଦେଲା,

କିନ୍ତୁ ସନ୍ତୁଳା ଦିଶୁଛି କଳା

   ପୋଡିକି ବାସୁଥିଲା।

ହ‌ଇଓ ସଜନୀ (କ'ଣ) ଦିଶିଲାନି

   ସନ୍ତୁଳା ପୋଡିଦେଲ,

 କେଉଁ ଲଭର ସଙ୍ଗେ ଗପିଲ

   ତା'ପ୍ରେମେ ମଜ୍ଜିଥିଲ?

କଥା ମୋ ଶୁଣି ଛାଟିଲା ପୁଣି

   ରାଗେ ବେଲଣା କାଠି,

ବେଲଣା କାଠି ମୋ ମୁଣ୍ଡେ ବାଜି

   ମୁଣ୍ଡ ମୋଗଲା ଫାଟି।

ରକ୍ତ ବୋହିଲା ଶହେଆଠ୍‌ ଆସିଲା

    ଗଲି ମୁଁ ମେଡିକାଲ,

ବେଣ୍ଡେଜ ହେଲି ଘରେ ବସିଲି

    କଷ୍ଟ ମୋ ଅସମ୍ଭାଳ।

 ଟିଭି ଦୋଷକି ଘରଣୀ ଦୋଷ

   ନା,ମୋବାଇଲ ଦୋଷ,

ଗଲୁଆ ପାଟି ମୋ ଗଲଗଲ

   ସବୁ ମୋ ଭାଗ୍ଯ ଦୋଷ।

ସ୍ତ୍ରୀର ବୋଲକରା ହୋଇବ

   ନ ହେଲେ ଦେଖ ଝାଡ଼ୁ, 

ଟେକିକି କୁହ କାଳିବାନ୍ଦ୍ରୀକି

   ସୁନ୍ଦରୀ ସବୁଠାରୁ। 

ହେଉ ଅଲଣା‌ କି ଦରସିଝା

   ତାହାର ହାତରନ୍ଧା,

ହାତଚାଟିକି ଭାତ ଖାଇବ

   କରିବନି ହେ ନିନ୍ଦା।  

ଏଇ ଫର୍ମୁଲା ପ୍ରୟୋଗ କର

   ଘରଣୀ ହେବ ଖୁସି,

ନଚେତ୍ ବନ୍ଧୁ ମୋଭଳି ନିତି

   ଖାଇବ ପୋଡ଼ା ବାସି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy