STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ରାଷ୍ଟ୍ରୀୟ ଐକ୍ଯ ଦିବସ

ରାଷ୍ଟ୍ରୀୟ ଐକ୍ଯ ଦିବସ

2 mins
14

ରାଷ୍ଟ୍ରୀୟ ଐକ୍ଯ ଦିବସ 
**********ଅପର୍ତ୍ତି ସେଠୀ 
ଆଜି ରାଷ୍ଟ୍ରୀୟ ଐକ୍ଯ ଦିବସ
     ଦେଶ ପାଳନ କରେ,
ଲୌହ ମାନବଙ୍କର ଅମ୍ଳାନ 
    ସେ ସ୍ମୃତିଚାରଣରେ।
ତାଙ୍କ ଆଦର୍ଶ ଏହି ମଣିଷ 
      ନୁହଁଇ ବଡ଼ ଛୋଟ,
ସଭିଏଁ ଭାରତୀୟ ଯେ ଆମେ 
     ଏକଦା ଆମ ମନ୍ତ୍ର‌।
ଖାଦ୍ୟରେ ଭିନ୍ନ ପୋଷାକ ଭିନ୍ନ 
      ହେଉ ଭାଷାରେ ଭିନ୍ନ,
ଭିନ୍ନତା ମଧ୍ୟେ ଏକତା ଆମ
      ଭାରତ ସାର୍ବଭୌମ। 
ଏକ ବଗିଚା ଫୁଲରେ ଆମେ
      ଗୋଟିଏ ସୂତା ହାର,
ଅନେକ ମଧ୍ୟେ ଏକ ଯେ ଆମେ
     ଗୋଟିଏ ପକ୍ଷୀ ପର।
ଏସବୁ ଆଜି ଭାଷଣବାଜି
      ପବନେ ଉଡିଯାଏ,
ମଣିଷ ଆଉ ମଣିଷ ମନ
     କେବେ ମିଶୁ ନ ଥାଏ।
କିଏ କହୁଛି ତା'ଜାତି ଧର୍ମ 
     ସବୁଠୁଁ ବଡ଼ ବୋଲି,
ଅନ୍ୟ ଜାତି ଓ ଧର୍ମ ଲୋକଙ୍କ 
     ରକ୍ତେ ଖେଳୁଛି ହୋଲି।
କିଏ ସେ ହିନ୍ଦୁ କିଏ ଇହୁଦୀ
     କିଏ ବା ଖ୍ରୀଷ୍ଟିଆନ,
ସାମ୍ପ୍ରଦାୟିକ ଦଙ୍ଗାରେ ଦେଖ
      ସର୍ବତ୍ର ବିଭାଜନ ।
କିଏ ବ୍ରାହ୍ମଣ କିଏ କ୍ଷେତ୍ରୀୟ 
     କେ ବୈଶ୍ଯ କିଏ ଶୁଦ୍ର,
କେ ପୁଣି ଛୁଆଁ କିଏ ଅଛୁଆଁ 
      ବୈଷମ୍ଯ ଜାତିବାଦ।
କିଏ କଂଗ୍ରେସ କିଏ ବିଜେପି
      କିଏ ବିଜେଡି କହେ,
ଏମିତି ମଧ୍ୟ ରାଜନୈତିକ 
      ବିଭେଦ ଦିଶୁଥାଏ।
ରାଜ୍ଯ‌ ରାଜ୍ଯରେ,ଜିଲ୍ଲା ଜିଲ୍ଲାରେ 
      ଗ୍ରାମ ଗ୍ରାମରେ ଭିନ୍ନ,
ପୂର୍ବ ପଶ୍ଚିମ ଅଞ୍ଚଳ ମଧ୍ଯେ‌
      ବୈଷମ୍ୟ ଦୃଶ୍ୟମାନ।
ମନରେ ମନ ନାହିଁ ମିଳନ
      ଏକତା ଏଠି ଶୂନ୍ୟ,
ଯେଉଁଥିପାଇଁ ସଫଳ ହୋଇ
       ପାରୁନି‌ ସଂଗଠନ।
ଘର ବାହାରେ ଯେଉଁଠି ଦେଖ
       ସବୁଠିଁ ପ୍ରାର୍ଥକ୍ଯତା‌,
ସ୍ବାର୍ଥ ଓ ଅର୍ଥ ପାଇଁ ଏଠାରେ 
       ଅଭାବ ମଣିଷତା‌।
ଧର୍ମ ଧର୍ମରେ,ଜାତି ଜାତିରେ
      ସଂଯୋଗ ରହୁନାହିଁ,
ମଣିଷ ବାଧ୍ୟ ହେଉଛି ଅନ୍ଯ     
      ଧର୍ମକୁ ନେବା ପାଇଁ।
ମଣିଷ ଯଦି ମଣିଷ ଗୋଡ଼ 
      ଏମିତି ଟାଣୁଥିବ,
କୁହ ହେ ଭାଇ କେମିତି ଏଠି
      ଏକତା ସୃଷ୍ଟି ହେବ?
ଏକତା ଯହିଁ ହୋଇବ କ୍ଷୂର୍ଣ୍ଣ 
       ଶତ୍ରୁର ଆଗମନ,
ଏକତା ବିନା ଆମେ ପୁନଶ୍ଚ 
       ହେବା କି ପରାଧୀନ?
ଜାତି ଓ ଧର୍ମ ପଚାରି ଶତ୍ରୁ 
       ଆମକୁ ମାରିଲାଣି‌,
ଦେଶ ମଧ୍ୟରେ ଆତଙ୍କବାଦୀ 
      ଆଡ୍ଡା‌ ଜମେଇଲେଣି‌।
ତଥାପି ବେଳ ଅଛି ଆମର 
     ହୁଅରେ ଏକଜୁଟ,
ଏକତା ବଳେ ଶତ୍ରୂକୁ କରି
     ପାରିବା‌ ପରାଜିତ।।
ଆମେ ସମସ୍ତେ ଏକ ଅଭିନ୍ନ 
     ଗୋଟିଏ ମାଆ ପୁଅ,
ଗୋଟିଏ ପରିଚୟ ଆମର
     ଆମେରେ ଭାରତୀୟ।।
(ପାଳକଣା‌,କୋରୋ‌,କେନ୍ଦ୍ରାପଡ଼ା 
    ମୋ-୭୮୯୪୩୯୮୫୦୦)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy