STORYMIRROR

Aparti Charan Sethi

Tragedy

5  

Aparti Charan Sethi

Tragedy

ଆତ୍ମହତ୍ୟା

ଆତ୍ମହତ୍ୟା

1 min
573


ସମସ୍ୟା ଅବଶ୍ୟ ଅନେକ ଆସିବ

   ଜୀବନ ସମସ୍ଯାମୟ,

ସବୁ ସମସ୍ୟାର ହେବ ସମାଧାନ

   ଧୈର୍ଯ୍ୟ ମାତ୍ର ରଖିଥାଅ।

ଏମିତି ନିଷ୍ଠୁର ନିଷ୍ପତ୍ତି ଗୋଟିଏ

   ନେବା ନାହିଁ କେବେ ହେଲେ,

ଅମୂଲ୍ୟ ଜୀବନ ନଷ୍ଟ କରିବାନି

    ଆମେ ଭାଇ ଅବେଳରେ।

ଦେଖାଯାଏ ଆଜି ପ୍ରତି ମୁହୂର୍ତ୍ତରେ

    ଘଟୁଅଛି ଆତ୍ମହତ୍ୟା,

ନିଜେ ମରିଗଲେ ଦୁଃଖ ସରିଯାଏ

    ମୁଣ୍ଡେ ପଶୁଛି ଏ କଥା।

ଶରୀରକୁ ଯଦି ଗଢିନାହୁଁ ନିଜେ

    ଶରୀର ଆମର ନୁହେଁ,

ସେହି ଶରୀରକୁ ନଷ୍ଟ କରିବାକୁ

    ଅନୁମତି ଦେଲା କିଏ?

ଜନ୍ମ ଦେଇଛନ୍ତି ସୃଷ୍ଟିକୁ ଆଣନ୍ତି

    ଯେଉଁ ପ୍ରଭୁ ଭଗବାନ,

ରଖହେ ଭରଷା ଯେତେକ ସମସ୍ୟା

    କରିବେ ସେ ସମାଧାନ।

ଦୁଃଖ ଆସୁଥାଇ କିଛି କ୍ଷଣ ପାଇଁ

    ଠିକ୍ ଝଡ଼ ବାତ୍ୟା ଭଳି,

ଦୂବଘାସ ଭଳି ଛୋଟ ହୋଇଗଲେ

    ବାତ୍ୟା ଦୂରେ ଯାଏ ଚାଲି।

ମୁଣ୍ଡ ନୋଇଁ ଦେବା ସବୁ ସହିଯିବା

    ଦୁଃଖ ଯିବ ଅପସରି,

ରାଗ ଅଭିମାନେ ଦାମୀ ଜୀବନକୁ

    ଦେବାନାହିଁ କେବେ ସାରି।

ଆତ୍ମ ହତ୍ୟା ଅଟେ ମହାପାପ ବାବୁ

    ସେ ଭୁଲ୍‌ର ନାହିଁ କ୍ଷମା,

ଅବେଳେ ଜୀବନ ନଷ୍ଟ କରିଦେଲେ

    ଅତୃପ୍ତ ହୁଅଇ ଆତ୍ମା।

ଯେଣୁ ଆୟୂଷର ସମୟ ପୁରିନି

    ସାରିବା ବଳପୂର୍ବକ,

ତେଣୁ ଘଟ ପାଇଁ ପ୍ରସ୍ତୁତି ହୋଇନି

    ଆତ୍ମା ପାଏ ନାହିଁ ଘଟ।

ଅତୃପ୍ତ ଆତ୍ମାଟି ଭୂତ ପ୍ରେତ ହୋଇ

    ଶୂନ୍ୟେ ଶୂନ୍ୟେ ଘୂରୁଥିବ,

ପୁଣି ବ୍ଯାକୁଳିତ ସଦା ହେଉଥିବ 

    ଘଟଟିଏ ଖୋଜୁଥିବ। 

ସବାର ହୋଇବ ଅନ୍ଯ ଦେହେ ଆତ୍ମା

    ନିଜ କଥା ବଖାଣିବ,

ଏମିତି ଅନେକ ବର୍ଷ ବିତିଯିବ

    ମୁକ୍ତି କେବେ ନ ପାଇବ।

ଅତୃପ୍ତ ଆତ୍ମାର ଗୁହାରୀକୁ କେବେ

    ଠାକୁର ଶୁଣନ୍ତି ନାହିଁ,

ସେହି ଆତ୍ମାଟିର ଦେବାଳୟ ଯିବା

    ଅଧିକାର ରହେ ନାହିଁ।

ହୃଦ ପଶ୍ଚାତାପ ଆତ୍ମା ହନ୍ତସନ୍ତ

    ଦ‌ଅଗଞ୍ଜ ମନ ନେଇ,

ଦିନରାତି ଖାଲି ଘୂରିବୁଲୁଥିବ

   ଭୁଲ୍ କଲି ବୋଲି କହି।

ତେଣୁ ଯେତେ ଦୁଃଖ ଅସହ୍ୟ ଯନ୍ତ୍ରଣା

   ଆସୁପଛେ ଜୀବନରେ,

ଆତ୍ମହତ୍ୟା କେବେ ନକରି ପ୍ରଭୁଙ୍କୁ

   ଡାକ ଭକ୍ତି ସହକାରେ।

ଜୀବନ ଅଛି ତ ସମସ୍ୟା ବି ଅଛି

   ମୃତ୍ୟୁ ବି ନିଶ୍ଚୟ ଅଛି,

ସବୁ ଭଲ ମନ୍ଦ ଟେକି ଦିଅ‌ ତାଙ୍କୁ

   ପ୍ରଭୁ ସବୁ କରୁଅଛି।

ଜନ୍ମ ହେବା ଆଗୁଁ ମୃତ୍ୟୁ ଅନୁମତି

   ସାଙ୍ଗେ‌ ଆଣିବାକୁ ହୁଏ,

ଗୋଟେ ଚିରନ୍ତନ ସତ୍ୟ ମୃତ୍ୟୁ ପଥ

   ସମସ୍ତଙ୍କ ଭାଗ୍ୟେ ଥାଏ।

ଏ ସଂସାର ଯଦି ହୁଏ ରଙ୍ଗମଞ୍ଚ

   ଆମେ ଯଦି କଳାକାର,

ଭଗବାନଙ୍କର ନିର୍ଦ୍ଦେଶ ମାନିବା

   କର୍ତ୍ତବ୍ୟ ଅଟେ ଆମର।

କରିକରାଉଛି ସବୁ କାର୍ଯ୍ୟ ହରି

   ସବୁରି ମଙ୍ଗଳ ପାଇଁ,

ସମସ୍ୟା ଭିତରେ ସୁଖ ଲୁଚିଅଛି

   ଖୋଜିଲେ ପାଇବ ଭାଇ।।    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy