ଈଶ୍ୱରଙ୍କୁ ଚିଠି
ଈଶ୍ୱରଙ୍କୁ ଚିଠି


ହେ ପ୍ରଭୁ ପରମେଶ୍ୱର ଜଗତ ଠାକୁର,
ଘେନ ମୋର ହୃଦୟରୁ ଭକ୍ତିପୂତ ନମସ୍କାର ।
ତୁମେ ତ ସର୍ବଜ୍ଞାତ,ତୁମେ ସର୍ବ ବିଦ୍ୟମାନ,
ତୁମେ ସର୍ବବ୍ୟାପି କର ସଭିଙ୍କୁ ପାଳନ ।
ତୁମେ ତ ପ୍ରକୃତି ରଚିଛ ଏ ସୁନ୍ଦର ସୃଷ୍ଟି,
ତୁମେ ଦୟାର ସାଗର ରଖିଛ ଦୟା ଦୃଷ୍ଟି ।
ଥାଅ ସଦା ଆନନ୍ଦ ଭକ୍ତି ପ୍ରେମ ସାଗରେ ଡୁବି,
ଅକିଞ୍ଚନ ମୁଁ କି ବା ଆଉ କାମନା ଯେ କରିବି ?
କି ବା ମୁଁ ଲେଖି ଜଣାଇବି ଲେଖି ଚିଠିରେ?
ଆମ ଦୁଃଖ କଷ୍ଟ ଅସହାୟତା ସମ୍ବନ୍ଧରେ ।
ଜାଣିଛ ତ ତୁମେ ସବୁ ଦେଖୁଛ ବେଳ କାଳ,
ବିପଦେ ଘେରିଛି ଏହି ଅଜଣା ମହାମାରୀ ବେଳ ।
ଏବେ ସେ ତ ପ୍ରଭୁ କରିଛି କି ଯାଦୁ ମନ୍ତର,
ଘେରିଛି ତୁମକୁ ଦେଖ କୀଳି ତୁମ ମନ୍ଦିର ।
ତୁମ ଦରସନ ଲାଗି ଆଜି ହେଲା ସବୁ ମନା,
ଆକୁଳ ବିକଳ ହେଲେ କେତେ ନ ପାଇ ଦାନା ।
ଜନ ମାନବ ଶୂନ୍ୟ ଏବେ ସଡକ ବଜାର,
ବଡ଼ ହିନି ମାନ ଏବେ ଜୀବନ ତ ପ୍ରାଣୀର ।
ଗଛ ଲତା ଫଳ ପୁଷ୍ପ ଦେଖନ୍ତି ତ ଆତୁରେ,
କେହି ନାହିଁ ନାଚିବାକୁ, ଦେଖି ତାଙ୍କ ସୁନ୍ଦର ଦୃଶ୍ୟରେ ।
ଡରି ଡରି ଆଜି ଏଠି ଏହି ଅସହାୟ ମାନବ ସମାଜ,
ଲୁଚି ରହୁଛି ସେ ବନ୍ଦୀ ପରି, ହେଉଛି ଅଶଯ୍ୟ ।
କୃଷକ ତ କୃଷି କରି ଆଜି ରହୁଛି ଏଠି ଭୋକିଲା,
ଶ୍ରମିକ କ କାର୍ଯ୍ୟ ବିନା ବଡ଼ ହିନିମାନ ହେଲା ।
ଜାଣ ପ୍ରଭୁ ଏବେ କି ଦିନ କାଳ ଯେ ଆସିଲା,
ସବୁ ପ୍ରାଣୀଙ୍କର ଚକ୍ଷୁରୁ ଖାଲି ଧାରା ଶ୍ରାବଣ ବୋହିଲା ।
ଛାତ୍ର ଓ ଶିଶୁ ଏବେ ବିଦ୍ୟା ପାଇଁ ହେଲେ ହନ୍ତ ସନ୍ତ,
ଚିକିତ୍ସକ ବୁଦ୍ଧିହରା ପ୍ରତିକାର ବୁଦ୍ଧି ହୁଏ ପ୍ରତିହତ ।
କଳ କାରଖାନା ଆଉ ଯେତେ ଯେତେ ବ୍ୟବସାୟ,
ଏହାର ଭୟରେ ହାରି ହୋଇଛନ୍ତି ଏବେ ଅସହାୟ ।
କେହି କୁହେ ଏବେ ତୁମେ ନେଉଛ ସଭିଙ୍କ ପରୀକ୍ଷା,
ମୁଁ ଭାବେ ତୁମେ କି କହିଛ ସମୟକୁ କରିବାକୁ ପ୍ରତୀକ୍ଷା ?
ଯେତେ ଯାହା ଯିଏ କହୁ ମୋର ବୁଝୁନି ଏ ମନ,
ବ୍ୟାକୁଳ ଏ ହୃଦୟ ଏବେ ମୋ ହୃଦୟ କେବେ ଦେବ ଦରଶନ?
ତଥାପି ଯାହା ତୁମେ କରୁଛ ଆମ ସଭିଁଙ୍କ ମଙ୍ଗଳ ପାଇଁ,
ତେବେ ବି ଏ ଅବୁଝା ମନ ବ୍ୟାକୁଳେ ଚିଠି ଲେଖୁଥାଇ ।
ଆଉ କି ବା ଲେଖି ଜଣାଇବି ତୁମକୁ ହେ ଜଗତ ଠାକୁର,
ତୁମ ଦୟା ଦୃଷ୍ଟି ବଳେ ଆମ ସଭିଙ୍କୁ ଉଦ୍ଧାର ।
ନାଶ କର ଏହି ଉଦ୍ଧତ ମହାମାରୀ ର ସବୁ ଦର୍ପ,
ଭାବିଛି ସେ ଏକଛତ୍ର ଭାବେ ହେବାକୁ ଯେ ସର୍ଵଵ୍ୟାପ ।
ଖୋଲି ଦିଅ ପ୍ରଭୁ ଶୀଘ୍ର ତୁମ ମନ୍ଦିର ର ଦ୍ୱାର,
ଦରଶନ ଦିଅ ବେଗେ ନ କରି ପର ।
ଅପେକ୍ଷାରେ ଉତ୍ତର ର,
ଇତି, ସେବକ ତୁମର ।