Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lokanath Rath

Romance Action Classics

3  

Lokanath Rath

Romance Action Classics

ପ୍ରେମ ରସ

ପ୍ରେମ ରସ

1 min
146



ଭଲ ପାଇବାର ମାନେ ନୁହେଁ ପ୍ରେମ 

  କିନ୍ତୁ ହୃଦୟର ମିଳନରେ ହୋଇଯାଏ ପ୍ରେମ, 

ସେ ପ୍ରେମରେ ନଥାଏ କିଛି ସ୍ୱାର୍ଥ 

  କରେ ନାହିଁ କେବେ ମତି ଭ୍ରମ |


ପ୍ରେମ ଏକ ଅନୁଭୂତି, ଆତ୍ମୀୟତାର ଭାବ 

   ମାନେ ନାହିଁ ଜାତି,ଭାଷା, ରଙ୍ଗ, 

ପ୍ରେମିକର ପ୍ରେମିକା ଅଟେ ପ୍ରେରଣାର ସ୍ରୋତ 

ମନରେ ଖେଳାଏ ସଦା ଆନନ୍ଦର ତରଙ୍ଗ |


କେତେବେଳେ ପ୍ରେମିକାର ହସ କିଛି କହେ 

   କେତେବେଳେ ନୀରବରେ କହେ ତାର ଆଖି, 

ପ୍ରେମିକାର ପ୍ରେମ ଚୁପି ଚୁପି କହେ 

  ସମୟ କେବଳ ଅଟେ ତାର ସାକ୍ଷୀ |


ଆଖିରେ ଆଖିରେ ଯେବେ କଥା କହେ 

  ପ୍ରେମିକାର ସେହି ଠାର ବୁଝି ହୁଏ, 

ପ୍ରେମର ନିରବ ଶବ୍ଦ ଦିଏ ମାଦକତା 

   ହୃଦୟ ଆଉ ମନ ପୁଲକ୍କିତ ହୁଏ |


ପ୍ରେମିକା ଯଦି ହୁଏ ଗୋଲାପ ଫୁଲ 

  ପ୍ରେମିକ ଅଟେ ତାହାର ସେହି କଣ୍ଟା, 

ପ୍ରେମିକାର ସୌନ୍ଦର୍ଯ୍ୟକୁ ସମ୍ଭାଳି ରଖି ଥାଏ 

  ସଦା ଭିଡି ନିଜର ସଳଖ ଅଣ୍ଟା |


ପ୍ରେମରେ ପ୍ରେମରେ ପ୍ରେମିକା ହଜି ଯାଏ 

  ତାର ନାଲି ନାଲି ଓଠ କହେ, 

ପ୍ରେମିକର ମିଠା ମିଠା ଚୁମ୍ବନ ପାଇଁ 

   ବଡ଼ ଆଶା ନେଇ ନିରେଖି ଚାହେଁ |


ପ୍ରେମିକାର ଠାଣି ଦେଖି ବୁଝି ହୁଏ 

   ପ୍ରେମର ପରସ ପାଇଁ ହୋଇଛି ପାଗଳ, 

ତେବେ ପ୍ରେମୀର ପ୍ରେମ ରସ ପାନକରି 

   ଆନନ୍ଦ ଉନ୍ମାଦନାରେ ଦୁହେଁ ହୁଅନ୍ତି ବିହ୍ଵଳ |



Rate this content
Log in

Similar oriya poem from Romance