STORYMIRROR

Lokanath Rath

Inspirational

4  

Lokanath Rath

Inspirational

ମୁହୂର୍ତ୍ତ

ମୁହୂର୍ତ୍ତ

1 min
419


ସମୟ ଗର୍ଭରେ ବିଲୀନ ବିଗତ ସବୁ ମୁହୂର୍ତ୍ତ 

ସ୍ମୃତି ନେଉଛି ତାକୁ କୋଳେଇ 

ସମୟ କହୁଛି ଗର୍ଭରେ ମୋର ଅଛି ନୂତନ ମୁହୂର୍ତ୍ତ ସତ 

ଆସିବ ସିଏ ନୂତନ ସ୍ୱପ୍ନର ପସରା ନେଇ 

ତଥାପି ଏ ମନ ବୁଝେନା 

ହୁଏ ଖାଲି ହାଇପାଇଁ 

ଅତୀତର ଏହି ବିଦାୟ ବେଳରେ 

ଅନିଶ୍ଚିତ ଭବିଷ୍ୟତ କୁ ନେଇ 

ହୃଦୟ କହୁଛି

କାନ୍ଦିବ ଅବା ହସିବ ସିଏ 

ବୁଝେନା ସିଏ ସମୟର ଏହି ଖେଳ 

ବିଗତର ମୁହୂର୍ତ୍ତ ନୀରବରେ କହେ 

ରହିବି ମୁଁ ତୁମ ସ୍ମୃତିରେ 

ଏବେ ହସି ହସି ସ୍ୱାଗତ କର ନୂତନ ମୁହୂର୍ତ୍ତକୁ 

ଭାବନାକୁ ଟିକେ ସ୍ୱତନ୍ତ୍ର କରିଦିଅ 

ତେବେ ସିଏ ଖୋଲି ଦେଖିବ ନୂତନ ସ୍ୱପ୍ନର ପେଡ଼ିକୁ 

ହସି ହସି ଏବେ ମୋତେ ବିଦାୟ ଦିଅ 

ପାସୋରି ନିଅ ନୂତନ ମୁହୂର୍ତ୍ତକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational