Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lokanath Rath

Romance Tragedy Classics

4.4  

Lokanath Rath

Romance Tragedy Classics

କିଛି ସ୍ମୃତି ,କିଛି ପ୍ରଶ୍ନ

କିଛି ସ୍ମୃତି ,କିଛି ପ୍ରଶ୍ନ

1 min
300



ହସ ଲାଗେ, ବଡ଼ ଦୁଃଖ ବି ଲାଗେ, 

ଯେବେ ଆଖି ବୁଜି ମୁଁ ଭାବନାରେ ଡୁବେ, 

ଅମାନିଆ ଲୁହ କାହିଁକି କେଜାଣି ବହିବାରେ ଲାଗେ, 

ମୋର ନୀରବତା ମୋତେ ପ୍ରଶ୍ନ କରିବାରେ ଲାଗେ ।


ଏହି ନୀରବତା ମୋତେ ସ୍ମୃତିରେ ହଜାଇ ଦିଏ, 

ମୋର ଏକାନ୍ତତାକୁ ସିଏ ସାଥୀ କରିନିଏ, 

ନିଜକୁ ଚିନ୍ତନରେ ହଜାଇ ଟିକେ ଆନନ୍ଦ ପାଏ, 

ଯେବେ ନିଜକୁ ଅତୀତ ସହ ପରିଚିତ କରାଏ ।


ଅତୀତ ମୋତେ ଦେଖି କିଛି ପ୍ରଶ୍ନ କରେ, 

ମୋତେ ଚିହ୍ନିବାକୁ ଚାହେଁ ସିଏ ମୋର ଉତ୍ତରରେ, 

ଆଉ ମୁଁ ଖୋଜେ ନିଜକୁ ସମୟଚକ୍ର ଭିତରେ, 

ଉତ୍ତର ଦେବାକୁ ସ୍ମୃତି ମୋତେ ସାହାଯ୍ୟ କରେ ।


କାହିଁକି କେଜାଣି ଏମିତି ସବୁ କିଛି ହୋଇଗଲା, 

ସମୟ ତ ମୋତେ ଆଖି ଠାର ମାରିଥିଲା, 

କିନ୍ତୁ କିଛି ସ୍ବପ୍ନ ମୋତେ ଅଧୀର କଲା, 

ଆଉ ମୋତେ କିଛି କଥା ଭୁଲାଇ ଦେଲା ।


କିନ୍ତୁ ସ୍ମୃତି ମୋର ସବୁ ସାଇତି ରଖିଛି, 

ଏବେ ମୋତେ ସିଏ ହସି ହସି କହୁଛି, 

ପ୍ରଥମ ପ୍ରେମର ମିଠା ମିଠା କ୍ଷଣକୁ ଦେଖାଉଛି, 

ଆଉ ମୋର ଉଦାସ ମନକୁ ପ୍ରଶ୍ନ କରୁଛି ।


ଏବେ ମୋର ହୃଦୟ ମୋତେ ପୁଣି କହୁଛି, 

ପ୍ରଥମ ପ୍ରେମର ପରସକୁ ସିଏ ସାଇତି ରଖିଛି, 

ବିରହ ବେଦନାରେ ନିତି କାନ୍ଦି କାନ୍ଦି ମରୁଛି, 

ଆଉ ଲୁହ ହୋଇ ଆଖିରୁ ଝରି ଯାଉଛି ।


ସଭିଙ୍କର ପ୍ରଶ୍ନ ମୋତେ ବଡ଼ ବିବ୍ରତ କରେ, 

ନିଜକୁ ନିଜେ ମୁଁ ଆଜି ପ୍ରଶ୍ନ କରେ, 

କାହିଁକି ପଡ଼ିଥିଲି ଅବା ମୁଁ ପ୍ରେମ ଜାଲରେ, 

ସେହି ଅଧୁରା ପ୍ରେମ ଆଜି କନ୍ଦାଇ ମାରେ ।


କେମିତି କେଜାଣି ପ୍ରେମର ବନ୍ଧନ ଛିଣ୍ଡିଗଲା, 

ମିଠା ମିଠା ସ୍ବପ୍ନ ସବୁ ମୋର ଭାଙ୍ଗିଗଲା, 

ସମୟ ସିନା ମୋତେ ସବୁ ଭୁଲାଇ ଦେଇଥିଲା, 

କିନ୍ତୁ ସ୍ମୃତି ଏବେ ହୃଦୟକୁ ଜାଗ୍ରତ କଲା ।



Rate this content
Log in

Similar oriya poem from Romance