STORYMIRROR

Lokanath Rath

Romance Tragedy Classics

3  

Lokanath Rath

Romance Tragedy Classics

ପ୍ରେମ ଜାଲ

ପ୍ରେମ ଜାଲ

1 min
167


ଭଲପାଇ ତୁମକୁ ମୁଁ, ଆଜି ବୁଝିଛି 

  ଏବେ ମୋର ହୃଦୟ ବି କାନ୍ଦୁଛି, 

ଭୁଲିବାକୁ ଚେଷ୍ଟା କଲେ, ଭୁଲି ପାରୁନି 

   ଏହି ଅମାନିଆ ଆଖିରୁ ଲୁହ ଝରୁଛି ।


ପ୍ରେମ ଏକ ମିଠା ମିଠା ସ୍ବପ୍ନ 

  ଯାହା ମୋତେ କେତେ ପାଗଳ କରିଛି, 

ତୁମର ମିଠା ମିଠା କଥା ସବୁ 

   ଏବେ ତା'ର ସବୁ ରୂପ ଦେଖାଉଛି ।


ଏହି ଜହ୍ନ, ଏହି ତାରା ସବୁ 

   ଅଛନ୍ତି ସାକ୍ଷୀ ଆମ ସେହି ପ୍ରେମର, 

ଏହି ବଗିଚାର ସବୁ ଫୁଲ ଯେତେ 

   ପଚାରନ୍ତି ସବୁ ବେଳେ, କଥା ତୁମର ।


କେମିତି କାହାକୁ କହିବି ଆମ କଥା 

   ଲାଜ ଆଉ ଦୁଃଖରେ ପାଉନି ଉତ୍ତର, 

ପ୍ରେମରେ ତୁମେ ଛାଡି ମୋତେ ଚାଲିଗଲ

   ଡର ଲାଗୁଛି ଖୋଲିବାକୁ ସବୁ ଗୁମର।


ତୁମ ଭଲ ପାଇବାରେ ଥିଲା 'କିନ୍ତୁ '

  ଏବେ ସବୁ କିଛି ବୁଝି ପାରିଲି, 

ପ୍ରତାରଣା କରି, ମୋତେ ଠକିଦେବ ତୁମେ 

  କେବେ ମୁଁ ତ ଭାବି ନଥିଲି ।


ତୁମେ ମୋତେ ଛାଡି, ପର କରିଦେଲ 

   ଆମ ପ୍ରେମକୁ ଏବେ ଲୋକହସା କରିଲ, 

ଯଦି ତୁମକୁ ଏହା କରିବାର ଥିଲା 

  ତେବେ ମୋତେ କାହିଁକି ଭଲ ପାଇଲ?


ପ୍ରତାରିତ ହୋଇ ଆଜି ପ୍ରେମରେ ମୁଁ 

   ଦୁଃଖର ନିଆଁରେ ଜଳି ଜଳି ମରୁଛି, 

ତୁମ କଥା ଭାବି ଭାବି ଆଜି 

   ମନେ ମନେ ନିଜ ଉପରେ ହସୁଛି ।


ଏବେ ତ ବୁଝିଲି,ସତ କହୁଛି 

   ପ୍ରେମରେ ପଡିବା ମନ ଛୁଇଁ ନିଏ, 

କିନ୍ତୁ ପ୍ରେମରେ ପ୍ରତାରଣା ଏକ ଅଭିଶାପ 

   ଯାହା ବହୁତ ଯାତନା ଆମକୁ ଦେଇଥାଏ ।


ତୁମ ପ୍ରେମ ଜାଲରେ ଛନ୍ଦି ହୋଇ 

  ଏବେ ମୁକୁଳିବାର ରାସ୍ତା ମୁଁ ଖୋଜୁଛି,

ତୁମ ପ୍ରେମ ଏକ ନାଟକ ଥିଲା 

   ଯାହା ମୋର ବିଶ୍ୱାସକୁ ଭାଙ୍ଗି ଦେଇଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance