Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lokanath Rath

Tragedy Classics Others

3  

Lokanath Rath

Tragedy Classics Others

ପ୍ରଶ୍ନ କିଛି ପ୍ରଶ୍ନରେ ରହି ଯାଏ

ପ୍ରଶ୍ନ କିଛି ପ୍ରଶ୍ନରେ ରହି ଯାଏ

1 min
134



କିଛି କଥା ଭୁଲି ହୁଏ 

  ଆଉ କିଛି ଭୁଲି ହୁଏନା, 

ସମୟ ସିନା ଗଡି ଚାଲେ 

  ସ୍ମୃତି କିନ୍ତୁ ଲିଭି ଯାଏନା ।


କିଛି ପ୍ରଶ୍ନ ଉତ୍ତର ପାଏ 

  ଆଉ କିଛି ପାଇ ପାରେନା, 

ମାନ ଅପେକ୍ଷାରେ ରହି ଥାଏ 

  ତାକୁ କେହି ବୁଝି ପାରେନା ।


କିଛି ଉତ୍ତର ଦେଇ ହୁଏ 

  ଆଉ କିଛି ଦେଇ ହୁଏନା, 

ଲୁହା ହୋଇ ବହି ଯାଏ 

  କୋହ କିଛି କହି ପାରେନା ।


କିଛି କୋହ ଲୁହ ହୁଏ 

  ହୃଦୟ ତାକୁ ଧରି ପାରେନା, 

ମନେ ମନେ ଝୁରି ହୁଏ 

   ଆଶାକୁ କେବେ ଛାଡି ପାରେନା ।


କିଛି ଆଶା ପୁର୍ଣ ହୁଏ 

  ଆଉ କିଛି ହୋଇ ପାରେନା, 

ପ୍ରଶ୍ନ ହୋଇ ରହି ଯାଏ 

  ବାହାନା ତାକୁ ଢାଙ୍କି ପାରେନା ।


କିଛି ବାହାନା ବୁଝି ହୁଏ 

  ଆଉ କିଛି ବୁଝି ହୁଏନା, 

ଅବୁଝା ହୋଇ ଚାହିଁ ରହେ 

  ଅମାନିଆ ମନ କିଛି ଶୁଣେନା ।


କିଛି ବୁଝାବଣା ଭୁଲ ହୁଏ 

  ଆଉ କିଛି ବାଟ ପାଏନା, 

ଉତ୍ତର ଖୋଜି ଥକି ଯାଏ 

  କିନ୍ତୁ କେବେ ହାରି ଯାଏନା ।


କିଛି ପ୍ରଶ୍ନ ହଜି ଯାଏ 

  ଆଉ କିଛି ଭୁଲି ହୁଏନା, 

ଅତୀତରେ ଲୁଚି ଦେଖା ଦିଏ 

   କିନ୍ତୁ ଏବେବି ଉତ୍ତର ପାଏନା ।


କିଛି ସମୟ କହି ଯାଏ 

  ଆଉ କିଛି କହି ପାରେନା, 

ଖାଲି ହୃଦୟକୁ ପୀଡା ଦିଏ 

  ଓଠ କରେ ହସିବାର ବାହାନା ।


କିଛି ପ୍ରଶ୍ନ, ପ୍ରଶ୍ନରେ ରୁହେ 

  ଆଉ ଉତ୍ତର କେବେ ଦିଏନା, 

ଦୁନିୟା ତାକୁ ଭୁଲ ବୁଝେ 

   ତଥାପି ସିଏ କିଛି ମାନେନା ।



Rate this content
Log in

Similar oriya poem from Tragedy