STORYMIRROR

RAJANI KANTA SAHU

Tragedy

3  

RAJANI KANTA SAHU

Tragedy

ଦୂରତା

ଦୂରତା

1 min
170

ସିଗାରେଟ୍ ଧୂଆଁରେ ମିଳେଇଯାଅ ତୁମେ

ମିଳେଇଯାଏ ତୁମର ସମସ୍ତ

ସ୍ମୃତି ତୁମର ଅସ୍ତିତ୍ୱ ଏବଂ ତୁମର

ସମସ୍ତ ସାମଗ୍ରୀ ଯହା ଦେଇଥିଲ

ମୋ ଅଗୋଚରରେ 

ତୁମ ପରେ 

ସିଗାରେଟ୍ ଧୂଆଁ ବି ମିଳେଇଯାଏ

ମୁଁ ଦେଖି ପାରୁନଥିବା ମୋ ଶୂନ୍ୟତାରେ।।


ଗଛର ପତ୍ର ଝଡେ ଏବଂ ପତ୍ର କଁଅଳେ

ବାର୍ଦ୍ଧକ୍ୟ ପରେ ପୁଣି ଫେରେ ଯୌବନ

ଚାହୁଁନଥିବା ସତ୍ତ୍ୱେ ବି

ମୃତ୍ୟୁ ଆସେ ଗୁଣ୍ଠୁଣି ହାତୀର ପିଠିରେ 

ଏବଂ ଜନ୍ମ ଯୌବନ ଜୀବନ ବି

ମିଳେଇଯାଏ ମୁଁ ଦେଖି ପାରୁନଥିବା ଶୂନ୍ୟତାରେ।।



ତୁମ ହସ ଶୁଭେ ମୋତେ

ପତ୍ରର ଗହଳି ଭିତରୁ 

ଯେଉଁଠି ସିଗାରେଟର ଧୂଆଁ

ପଶି ନପାରି ଫେରିଆସେ

ଦୀର୍ଘ ଏକ ନିରାଶାରୁ।।


ତୁମେ ଯେତେ ଦୂର ଯିବ

ସୀମାହୀନ ଦରିଆର ସେପାରିକୁ 

ମୁଁ ଅନ୍ତତଃ ପକ୍ଷେ ଦୀର୍ଘଶ୍ୱାସଟେ ମାରିବି

ହଜେଇ ଥିବା ଆଶାରେ ତୁମର ଉପସ୍ଥିତିକୁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy