STORYMIRROR

RAJANI KANTA SAHU

Drama Tragedy Action

3  

RAJANI KANTA SAHU

Drama Tragedy Action

ଗୁଡ଼ି

ଗୁଡ଼ି

1 min
193


ତୁମେ ଯେତେ ଉପରକୁ ଚାହଁ

ପଠେଇପାର

ତୁମେ ଯେମିତି ଚାହଁ

ମୋତେ ମୁକ୍ତ ଆକାଶ ଛାତିରେ

ନଚେଇ ପାର।


ଯେହେତୁ ମୁଁ ସମ୍ପୂର୍ଣ୍ଣ ରୂପେ

ତୁମ ହାତରେ 

ସେଥିପାଇଁ ନିର୍ଦ୍ଵନ୍ଦରେ ଦେଖାଇ ପାରେ

ମୋ ଖେଳ କୌଶଳ

କେବେ ଉପରକୁ , କେବେ ତଳକୁ

କେବେ ଚକ୍ରି ପାରାୟେ ଘୁରି ଯାଇ

ଚାଲିଯାଏ ଆଗକୁ

ଯେହେତୁ ବର୍ତ୍ତମାନ ମୋର 

ସମ୍ପୂର୍ଣ୍ଣ ରୂପେ ତୁମ ହାତରେ।


କିନ୍ତୁ ଭବିଷ୍ୟତ ମୋର

ଯେହେତୁ ଅନ୍ଧାର

ସେଥିଲାଗି ଡର ମୋର

ମୋ ପ୍ରତିଦ୍ବନ୍ଦିର,

ମୋ ମାଞ୍ଜା କାଟିପାରେ

ନିର୍ଭୟ ସହକାରେ।


ମାଞ୍ଜI ରୁ ଥରେ ବିଛିଣ୍ଣ

ହେଲା ମାତ୍ରେ

ମୁଁ ସଂପୂର୍ଣ୍ଣ ପଥହରା,ଦିଗ ଭ୍ରଷ୍ଟ

ଅତଳ ନୀଳାମ୍ବୁ ସାଗରରେ

କ୍ଷୁଦ୍ର ଏକ ଜାହାଜ ସଦୃଶ

ସମସ୍ତଙ୍କ ଆଖି ଆକାଶରେ

ଲଖିଯାଏ

ସମସ୍ତଙ୍କ ହାତ ଉର୍ଧଗାମି

ମୋତେ ପାଇବାର ଅଦମ୍ୟ ଉତ୍ସାହରେ।


ପବନ ଯୁଆଡେ ଚାହେଁ ମୋତେ ନେଇଯାଏ

ମୁଁ ମଧ୍ୟ ଚାଲିଯାଏ 

ବିନା ପ୍ରତିବାଦ ସହକାରେ

ପବନର ସାଥେ ସାଥେ 

ମୋର ସମସ୍ତ ଅର୍ପଣ କରି ତା ହାତେ।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama