STORYMIRROR

RAJANI KANTA SAHU

Comedy Drama Others

3  

RAJANI KANTA SAHU

Comedy Drama Others

ସୃଷ୍ଟି ସର୍ଜନା

ସୃଷ୍ଟି ସର୍ଜନା

1 min
218

ଗରମ ଚାହାରୁ ଗରମ ହେଇ ଯାଏ

ଆଖ ପାଖ ସମସ୍ତ ପରିବେଶ

ଗରମ ହେଇ ଯାଏ

ଶରୀରରେ ଧାଉଁ ଥିବା ରକ୍ତ,

ଅଜସ୍ର ସାହସ, ଉନ୍ମାଦନା ଏବଂ

ଅଜସ୍ର ଶକ୍ତି ପ୍ରସାରି ଯାଏ

ସମସ୍ତ ଶିରା ପ୍ରସିରାରେ

ହେଇ ଉତ୍କ୍ଷିପ୍ତ ଓ ଉତ୍ତପ୍ତ।।


ସମସ୍ତ ମହାପୁରୁଷ ଜନ୍ମ ନିଅନ୍ତି କ୍ଷଣକରେ

ସୃଷ୍ଟି ରଚନା କରନ୍ତି ଧ୍ଵଂସ କରନ୍ତି ,

ପ୍ରତିଶୁତିର ପାହାଡ ମୁଣ୍ଡ ଟେକି ଉଠେ 

ଏବଂ ଅଙ୍ଗ ପ୍ରତ୍ୟଙ୍ଗରେ

ବିପ୍ଳବର ନିଆଁ ଜାଳିଯାଆନ୍ତି ।।


ଚାହାର ମହକରେ ଅଭିଭୂତ

ସମସ୍ତ ଚାହା ପ୍ରେମୀ

ଏକାକାର ଏଠି , ନାହିଁ

ପର ଆପଣାର 

ଭେଦ କି ଭାବନା

ପ୍ରତ୍ୟେକଟି ଢୋକରେ 

ଉର୍ଜା ଉତ୍ପନ୍ନ ହୁଏ ସମସ୍ତ ଧମନୀ ଦେଇ।।


ଧିରେ ଧିରେ ଖାଲି ବି ହୁଏ 

ଭାରିଥିବା ଚାହା ଗ୍ଲାସ୍

ଊର୍ଜାର ସ୍ରୋତ ଶିଥିଳ ପଡ଼ିଯାଏ

ଉତ୍ତପ୍ତ ସୂର୍ଯ୍ୟ ଧିରେ ଧୀରେ ଅସ୍ତ ବି ହୁଏ,

ଗଢ଼ୁଥିବା ଭାଙ୍ଗିଥିବା ସମସ୍ତ ପୃଥିବୀ

ପୁଣି ଯୋଉଠି ଥିଲା ସେଇଠି ଆସି ଯାଏ।।


ଖାଲି ହୁଏ ଚାହା ଦୋକାନ

ଖାଲି ହୁଏ ସମସ୍ତ ଚୌକି ଚ୍ୟାର

ଖାଲି ହୁଏ ରଙ୍ଗମଞ୍ଚ

ଚାଲି ଯାନ୍ତି ସମସ୍ତ କଳାକର

ଭିନ୍ନ ଭିନ୍ନ ଦିଗେ

ଭିନ୍ନ ଭିନ୍ନ କାମର ଅନ୍ୱେଷଣରେ

ପୁଣି ଜମେ ଅନ୍ୟ କଳାକାରଙ୍କ ଆସର୍,

ପୁଣି ଗଢାହୁଏ, ଭଙ୍ଗାହୁଏ ସୃଷ୍ଟି

ଦେଶ, ରାଜ୍ୟ, ଘର,

ଏବଂ ସମସ୍ତ ସଂସାର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy