STORYMIRROR

RAJANI KANTA SAHU

Abstract Horror Tragedy

4  

RAJANI KANTA SAHU

Abstract Horror Tragedy

ରାତିର ଯନ୍ତ୍ରଣା

ରାତିର ଯନ୍ତ୍ରଣା

1 min
283

ତମେ କଡ ଲେଉଟାଓ ନାହିଁ

ନଚେତ୍ ସେ ଉଠିଲେ 

ତମେ ଶୋଇ ପାରିବ ନାହିଁ

ଅସହ୍ୟ ଯନ୍ତ୍ରଣାରେ,

ଚୁପ୍ ଚାପ୍ ଶୋଇପଡ଼ ଅବା

ବ୍ୟସ୍ତ ରୁହ ଶୋଇବାର ଅଭିନୟ କରିବାରେ।


ବେଡ ରେ ରୋଗ,

ଯନ୍ତ୍ରଣା, ଲୁହ, କାନ୍ଦ ସବୁ

ମିଶା ମିଶି ଶରୀର ଟେ ପଡ଼ିଥାଏ

ଅଚେତ ଅବସ୍ଥାରେ,

ସାଲାଇନ ରେ ପ୍ରବାହିତ ଶ୍ଵାସ

ରକ୍ତ ଆଉ ଜୀବନ

କେବଳ ଆଶା ଆକାଂକ୍ଷା ର

ଅଖି ସବୁ ଘେରି ବସିଥାଏ

ତା ଚତୁଃପାର୍ଶ୍ୱରେ।


ଜୀବନ ପାଇଁ ଆର୍ତ୍ତନାଦ

ଭଗବାନ ଏବଂ ଭଗବାନ ସଦୃଶ

ଡାକ୍ତରଙ୍କ ସମ୍ମୁଖରେ,

କନ୍ଥରେ ପିଟିହେଇ

ଚେତା ହରଉ ଥିବା

ନୀରିହ କୋହ

ଆଉ ଆଶା ବସା ବନ୍ଧୁଥାଏ

ଅନେକ ଉଦାସ ଆଖିରେ।


ସାଲାଇନ ଷ୍ଟାଣ୍ଡ ସବୁ

ରାତ୍ରିର ଜଗୁଆଳି ପରି ପ୍ରତୀୟମାନ

ଅକ୍ସିଜନ ସିଲିଣ୍ଡର ସବୁ,

ସସତ୍ର ପ୍ରହରୀ

ଭୂତ ପରି ଦିଶନ୍ତି ସମସ୍ତ ଲୋକ

ଆଉ ଭୂତ ପରି ଦିଶେ ଆଖ ପାଖ ସବୁ।


ଶ୍ଵାସ ଚାଲେ କ୍ଷୀପ୍ର ଗତିରେ

ଅଶାନ୍ତ ଲହଡ଼ି ପରି,

ଚେତନା ଅବଚେତନାରେ

ଛନ୍ଦି ହେଇ ଶୋଇଥାଏ ରୋଗୀ ଟିଏ

ଆଉ ତା ସହ ଶୋଇଥାଏ

ଯନ୍ତ୍ରଣା ସ୍ୱାସକୁ ଜାବୁଡ଼ି ଧରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract