STORYMIRROR

RAJANI KANTA SAHU

Abstract Drama Tragedy

3  

RAJANI KANTA SAHU

Abstract Drama Tragedy

ବିଶ୍ଵାସର ହତ୍ୟା

ବିଶ୍ଵାସର ହତ୍ୟା

1 min
191

ତୁମେ ଆଜି ନେଇପାର ମୋ ଜୀବନ

ଯେହେତୁ ସମୟର ଶେଷ ପାହାଚରେ

ଅସ୍ତ୍ରତ୍ୟାଗ କରିଥିଲି ତୁମ ଭରସାରେ,

ତୁମେ ଆଜି ନେଇ ପାର ମୋ ଜୀବନ

ଯେହେତୁ ତୁମକୁ ମୁଁ ଜୀବନ୍ୟାସ ଦେଇଥିଲି

ତୁମ ପିଣ୍ଡରେ ଶ୍ଵାସ ଭରିଥିଲି,

ଏବଂ ତୁମ ଶିରା ପ୍ରଶିରାରେ ରକ୍ତର

ପ୍ରବାହ ସୃଷ୍ଟି କରିଥିଲି ଏକ ଅଦମ୍ୟ ଉତ୍ସାହରେ

ଏଥିରେ ତୁମର କିଛି ଦୋଷ ନାହିଁ

ଦୋଷ ଥିଲା ମୋ ଅସୀମ ଆଶା

ଓ ଆକାଂକ୍ଷାର ଲାଳସାର

ଏଥିରେ ତୁମର କିଛି ଦୋଷ ନାହିଁ

ତୁମେ ତ କେବଳ ଗୋଟେ ହତ୍ୟାକାରୀ

ସାଜିଲ ପରର ଆଦେଶରେ,

ଏବଂ ହତ୍ୟା କଲ ଦୁଇଟି ନୀରିହ ଆତ୍ମାର

ଜୀବନ ବ୍ୟାପି ସ୍ନେହ ମମତାର

ଯାହାର ମୂଲ୍ୟ କିଛି ନଥିଲା ତୁମ ପାଖରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract