Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAJANI KANTA SAHU

Horror Tragedy Thriller

3  

RAJANI KANTA SAHU

Horror Tragedy Thriller

ରାତି ୧

ରାତି ୧

1 min
353


ରାତି ଏଠି ଯନ୍ତ୍ରଣାମୟ ,

ଗନ୍ଧମୟ , ଅନ୍ଧକାରମୟ ,

ରାତି ଏଠି ଆସେ କାହାର ଚିତ୍କାରରେ,

କାହାର ମୃତ୍ୟୁରେ

କାହାର ଲୁହରେ ପୁଣି କାହାର ଆର୍ତ୍ତନାଦରେ,

କେବଳ ଦରୁଆନଟାଏ ବୁଲୁଥାଏ

ଭୂତଟଏପରି ,

ଏବଂ କୁକୁରଟାଏ ଭୂକୁ ଥାଏ

ରାତିର ଗାଢ଼ ଅନ୍ଧାରକୁ ଚିରି।


ଗଛର ପତ୍ର ଜାଗାରେ ଓହଳି ଥାନ୍ତି

ଭୟ ଓ ଆଶାର ମିଶାମିଶି ମୁର୍ଦ୍ଦାର ମାନ,

ବୁଢିଆଣୀ ଜାଲରେ ଛନ୍ଦି ହୋଇଥାଏ

ଭୟାତୁର ଆଖିର କିରଣ

ନିଶା ଗରୁଜୁ ଥିବା ବେଳେ ସେଇ ଗଛରୁ

କାହା ପାଇଁ ଆସେ ମୃତ୍ୟୁ ପୁଣି

କାହା ପାଇଁ ଆସେ ଜୀବନ ।


କେବଳ ଅନ୍ଧାର ଭିତରେ 

ଘୁରି ବୁଲେ ଭୟ ଚାରିଆଡ଼େ

କିଛି ଆଖି ଖୋଲା ରୁହେ ଅନ୍ୟ-

ଆଖିର ଆଶା ରେ ,

ଆଉ କିଛି ଆଖି ଖୋଲା ରୁହେ

ଅସହ୍ୟ ଯନ୍ତ୍ରଣା ରେ।


Rate this content
Log in

Similar oriya poem from Horror