STORYMIRROR

PRIYANKA PRIYADARSINI

Horror Thriller

3  

PRIYANKA PRIYADARSINI

Horror Thriller

ଅଜାଙ୍କ ଭୂତ ଦେଖା

ଅଜାଙ୍କ ଭୂତ ଦେଖା

1 min
189

ହାଡ଼ ଭଙ୍ଗା ସେଇ ଶୀତୁଆ ସଞ୍ଜରେ

ବସିଥାଉ ନିଆଁ ଜାଳି,

ଜେଜ ଅଜା ଯେତେ ପୁରୁଖା ଲୋକ

ବସିଥାନ୍ତି ଘୋଡ଼ି ହୋଇ।

ଥରିଲା ହାତରେ ବିଡ଼ି ଖଣ୍ଡେ ଧରି 

ନିଆଁ ଟିକେ ଜାଳି ଦ୍ୟନ୍ତି, 

ଆସ୍ତେ ଆସ୍ତେ ଫୁଙ୍କି ଫୁଙ୍କି ତାକୁ 

ପୁରୁଣା କଥା କୁହନ୍ତି।

ସତ ହେଉ ଅବା ମିଛ 

ଅଜାଙ୍କ କଥାରେ ଛାତିର ସ୍ପନ୍ଦନ 

ଢେର୍ ବଢ଼ିଯାଏ ଜାଣ।

କହୁଥିଲେ ଦିନେ ଅଜା

ତାଙ୍କ ସମସ୍କନ୍ଦ ମାଗୁଣି ମାଆ ଟା 

ସବୁଦିନ ଆସୁଥାଏ 

ନିଆଁ ସେକି ହେବା ପାଇଁ।

ମରିଗଲା ପରେ; ଦିନେ ସଞ୍ଜ ବେଳେ 

ଜାଳୁଥାନ୍ତି ଅଜା ନିଆଁ,

କେହି ଜଣେ ଆସି ପାଖରେ ବସିଲା,

ଟାଣି ଦେଇ ହାତେ ଓଢଣା ।

ଯେତେ ପଚାରିଲେ କୁହେ ନାହିଁ କିଛି 

‘ହୁଁ’ ଖାଲି ମାରୁଥାଏ ,

ମନେ ମନେ ଅଜା ଭାଳି ହେଉଥାନ୍ତି

କେଉଁ ମହାରାଣୀ ଇଏ

ମୁଁହ ଦେଖାଇବା ଛାଡ଼ ,

ପ୍ରଶ୍ନ ପଚାରିଲେ ଉତ୍ତର ବି ଦେଉ ନାହିଁ ।

ସାହସ କରି ଅଜା ପଚାରିଲେ 

ମାଗୁଣି ମାଆ କି ତୁହି

ଓଢ଼ଣୀ ଭିତରୁ ଶୁଭିଗଲା

ସ୍ମିତ ହସଟିଏ ଖାଲି। 

ଅଜା କି ଆଉ ରୁହନ୍ତି , 

ଖଣ୍ଡିଆ ବିଡ଼ିକୁ ଫୋପାଡ଼ି ଦେଇ

ଘର ମୁହାଁ ଦୌଡ଼ନ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror