STORYMIRROR

PRIYANKA PRIYADARSINI

Abstract Inspirational

3  

PRIYANKA PRIYADARSINI

Abstract Inspirational

ମାଆ ଓ ମମତା

ମାଆ ଓ ମମତା

1 min
208

ପବିତ୍ରତାର ପ୍ରତୀକ ସେ,

ଅମୃତର ଏକ ଚିରସ୍ରୋତା ଧାରାଟେ ସେ,

ଦୁନିଆରେ ସବୁଠାରୁ ସୁନ୍ଦର ସେ,

ମମତା ଓ ସ୍ନେହର ଗନ୍ତାଘର ସେ,


ଶାନ୍ତିର ପ୍ରତୀକ ସେ, 

ପୁଣି ନିଜ ସନ୍ତାନ ପାଇଁ ଦେବୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ସେ,

ସେ ଲକ୍ଷ୍ମୀ ଅନ୍ନପୂର୍ଣ୍ଣା

ସେ ପାର୍ବତୀ ଦୁର୍ଗା

ସେ ମୋ ମାଆ,

ଆମ ସଭିଙ୍କ ମାଆ।


ନଅ ମାସ ଗର୍ଭରେ ଧରି,

ସାରା ଜୀବନ ପାଇଁ ହୃଦୟରେ ସାଇତି ରଖେ,

ଛୁଆ ଯଦି ଝୁଣ୍ଟି ପଡ଼େ,

ତା ଛାତି ଧଡ଼ କରେ।


ଭୋକରେ ତା ପେଟରେ ନିଆଁ ଜଳିଲା ବେଳେ,

ଯଦି ଗୋଟେ ଫଳ ପାଏ,

ନିଜେ ନ ଖାଇ ତା ପିଲା ପାଇଁ ଅଣ୍ଟିରେ ଭରି ନେଇ ଆସେ।

ହଁ ହଁ ମାଆ ସେ।


ତା ମମତା ଆଗରେ ରୋଗ ମଧ୍ୟ ହାର ମାନେ,

ମୁଣ୍ଡ ବିନ୍ଧୁ ଥିଲେ, କି ଜ୍ଵର ଶହେ ନଅ ଥିଲେ,

ତା ମମତା ଭରା ହାତର କୋମଳ ସ୍ପର୍ଶରେ,

ସବୁ ପୀଡ଼ା ଆପଣା ଛାଏଁ ଉଭେଇ ଯାଏ।

ନାଁ ଡାକ୍ତର ନୁହଁ ସେ, ବୈଦ୍ୟ ବି ନୁହେଁ,

ଶାଶ୍ଵତ ପ୍ରେମ ଓ ମମତାର ଅମୃତ ଧାରାଟେ ସେ।


ଏକ ନିଃସ୍ଵାର୍ଥ ପ୍ରେମର ପ୍ରତିମା ସେ,

ପ୍ରେମରେ ଆଉଁଶି ଦେଉଥିବା ହାତରେ,

ସନ୍ତାନର ମଙ୍ଗଳ ପାଇଁ ,

ସେଇ ହାତରେ ଶାସନ ମଧ୍ୟ କରେ ସେ,

ହଁ ମୋ ମାଆ ସେ,

ଆମ ସଭିଙ୍କ ମାଆ ସେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract