STORYMIRROR

PRIYANKA PRIYADARSINI

Inspirational

3  

PRIYANKA PRIYADARSINI

Inspirational

ସନ୍ତାନ

ସନ୍ତାନ

1 min
158

ସନ୍ତାନ!

ଦୁଇଟି ମନର ଅକଳ୍ପନୀୟ ପ୍ରେମକୁ 

ମଜବୁତ୍ କରିବାର ସୂତା ଖିଅଟିଏ,

ପ୍ରେମର ପରିଭାଷାକୁ 

ଜୀବନ୍ତ ରୂପ ଦେଉଥିବା ସନ୍ତକଟିଏ।


ସନ୍ତାନ!

ପୁଅ ହେଉ ଅବା ଝିଅ

ଜୀବନକୁ ବଞ୍ଚିବାର କାରଣଟିଏ,

ଜୀବନର ଦୁଃଖକୁ ହସି ହସି ବଞ୍ଚିବା ପାଇଁ

ଦରକାର ପଡ଼ୁଥିବା ଜୀବନ୍ତ ପିତୁଳାଟିଏ।


ଯେତେ ଦୁଷ୍ଟ ହେଉ ପଛେ,

ଯେତେ ଅଯୋଗ୍ୟ ହେଉ ପଛେ, 

ସମସ୍ତ ବୟୋଜ୍ୟେଷ୍ଠଙ୍କ 

ଆଖିର ନୟନ ତାରାଟିଏ,

ସେ ସନ୍ତାନଟିଏ।


 ସୃଷ୍ଟି ହୁଏ ଗୋଟିଏ ଆନନ୍ଦର ପରିବେଶ, ତା ଜନ୍ମରେ

ଜୀବନ ଯୋଡ଼ି ହୋଇଯାଏ ତା ଦୁଃଖରେ, ତା ସୁଖରେ।

ପରିବାରର ସମ୍ମାନ, ଗୌରବ ସେ ବନିଯାଏ,

କିନ୍ତୁ ଯେତେବେଳେ ସେ ଅଯୋଗ୍ୟ ହୋଇ ଯାଏ,

ଆଖି ଲୁହ ଓଠ ପିଇ ଯାଏ ସିନା

ସେ କ୍ଷତକୁ ମଲମ ପାଏ ନା........


ଗର୍ବ ଆସେ ସେ ବୀର ଯବାନ ମାନଙ୍କ ମାତା ପିତା ଉପରେ,

ଅନ୍ୟର ସନ୍ତାନ ଶାନ୍ତିରେ ଶୋଇବା ପାଇଁ 

ନିଜ ସନ୍ତାନ କାନ୍ଧରେ କର୍ତ୍ତବ୍ୟର ବନ୍ଧୁକ ଓ 

ଜନ୍ମ ମାଟିର ପରିଚୟ ଦିଅନ୍ତି ପିନ୍ଧାଇ.......

 

ଆଉ ସେ ସନ୍ତାନ ଯେତେବେଳେ ଅଯୋଗ୍ୟ ହୋଇ ଯାଏ,

ବାପା ମାଆ ଘର କୋଣରେ ଲୁଚି କାନ୍ଦନ୍ତି, ନିଜ ଭାଗ୍ୟକୁ ଆଦରି,


ହେ! ସନ୍ତାନ ଗଣ .....

ଉଠ ନିଜ କର୍ତ୍ତବ୍ୟ ପଥରେ ଅଗ୍ରସର ହୁଅ,

ନିଜର ତଥା ବାପା ମାଆଙ୍କର ନାମକୁ କର ଗୌରବାନ୍ଵିତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational