ଶିଶିର ବିନ୍ଦୁ
ଶିଶିର ବିନ୍ଦୁ
ଶୀତଋତୁ ଯେବେ
ଆସେ ଧରାଣୀକୁ
ବଦଳି ଯାଏ ପ୍ରକୃତି,
ଶରତ ହେମନ୍ତ
ଚାଲି ଯାଇଥାନ୍ତି
ଦିନ ଛୋଟ ବଡ଼ ରାତି ।
ସୂର୍ଯ୍ୟଙ୍କ ଉତ୍ତାପ
ହ୍ରାସ ହୁଏ ଧୀରେ
ଗରମଠୁଁ ମିଳେ ମୁକ୍ତି,
ବାଡ଼ି ବଗିଚାରେ
ସବୁଜ ପରିବା
ଖାଇଲେ ମିଳଇ ଶକ୍ତି ।
ରାତିରେ ଧରଣୀ
ରାଣୀ ଓଦା ଓଦା
ପିନ୍ଧିଥାଏ ପାଟଶାଢ଼ୀ,
କାଚକେନ୍ଦୁ ପରି
ଶିଶିର ବିନ୍ଦୁରେ
ଝଲସେ ଧଳା କୁହୁଡ଼ି ।
ସକାଳୁ ସକାଳୁ
ଚାଷୀଭାଇ ଆମ
ପାଦ ଥାପି ଯାଏ ବିଲ,
ଶିଶିର ବିନ୍ଦୁ ତା
ପାଦ ସ୍ବର୍ଶ୍ୱ କରେ
ପ୍ରେମ ତାର ଅନାବିଳ ।
ଧୂଆଁ ଧୂଷରିତ
ଘାସ ଗଛଲତା
କାକର ବିନ୍ଦୁରେ ସ୍ୱଚ୍ଛ,
ସୁନ୍ଦର ସତେଜ
ଲାଗୁଥାଏ ସତେ
କେହି ନୁହେଁ ଉଚ୍ଚନୀଚ ।