Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanendriya Dash

Inspirational Others Children

4.5  

Gyanendriya Dash

Inspirational Others Children

ଅବୁଝା ହୁଅନି ମୋ ସୁନା ଧନ

ଅବୁଝା ହୁଅନି ମୋ ସୁନା ଧନ

1 min
385



ଅବୁଝା ହୁଅନି ମୋ ସୁନା ଧନ,

କରି ଯା ଧନରେ ସୁଖ ଶୟନ ।

ସକାଳୁ ଉଠିଲେ କାଖେଇ ତୋତେ,

ଆଣିଦେବି ପୂର୍ବୀ ଦରବ କେତେ ।

ବଡ଼ ଝିଅର ତୁ ପଢ଼ୁଆଁ କନ୍ୟା,

ଦେଲୁ ମୋ ନାତୁଣୀ ସୁଖର ବନ୍ୟା ।

ସୁନା ହୋଇଥିବୁ ଦୁଷ୍ଟ ନ ହୋଇ,

କ୍ଷୀର ଖାଉଥିବୁ ମାଁ କୋଳେ ଶୋଇ ।

ପିତାମାତାଙ୍କର କଥା ମାନିବୁ,

ମନଦେଇ ପାଠ ତୁ ପଢୁଥିବୁ ।

ଜହ୍ନ ରାଇଜକୁ ବୁଲାଇ ନେବି,

ଯାହା ଇଚ୍ଛା ତୋର ମୁଁ ଆଣିଦେବି ।

ବହଲପାଲିରୁ ହୀରାକୁଦକୁ,

ଆସୁଥିବୁ ସୁନା ମାମୁଁ ଘରକୁ ।

ଆଣି ଦେଉଥିବି ତୋର ପସନ୍ଦ,

ସୁନା କୁଳେଇକୁ ସୁନାର ଚାନ୍ଦ ।

ଗୁରୁଜନେ ସଦା ଦେବୁ ସମ୍ମାନ,

ଜଗତେ ପାଇବୁ ତୁ ଉଚ୍ଚ ସ୍ଥାନ ।

ହାତୀ, ଘୋଡ଼ା,ବାଘ ଭାଲୁ ସାଙ୍ଗକୁ,

ଆଣିଦେବି ମୁଁ ତ ତୋର ପାଖକୁ ।

ଖେଳୁଥିବୁ କେତେ ପୁଅ ପୁତୁଲି,

ଅଜା ହାତ ଧରି ଯିବୁ ଲୋ ବୁଲି ।

ଆଈମାଁ ତୋହର କରିବେ ଗେଲ,

ଘୋଡ଼ା କରି ତାଙ୍କୁ ଖେଳିବୁ ଖେଳ ।

କରିବୁନି ଜମା କେବେ ଅଝଟ,

ପୂରା କରୁଥିବି ସବୁ ଆକଟ ।

ତୁ ମୋ ସୁନା ପୂର୍ବୀ ଗେଲ୍ହା ନାତୁଣୀ,

ହୋଇଥିବୁ ସଦା ତୁ ରାଜରାଣୀ ।

ଶୋଇପଡ ଧନ ହେଲାଣି ରାତି,

ସକାଳୁ ଧରିବୁ ପରଜାପତି ।

       


Rate this content
Log in

Similar oriya poem from Inspirational