STORYMIRROR

Gyanendriya Dash

Inspirational Others

4  

Gyanendriya Dash

Inspirational Others

କିଏ ଆଣିଦେବ ମୋ ପିଲାଦିନ

କିଏ ଆଣିଦେବ ମୋ ପିଲାଦିନ

1 min
401


କିଏ ଆଣିଦେବ ମୋ ପିଲାଦିନ ଯେ

ଦେଇ ପାରିବ କେ ଫେରାଇ,

ନଥିଲା କ୍ୟାମେରା ଫଟୋ ଉତ୍ତୋଳନ

ଚିହ୍ନ ବର୍ଣ୍ଣ ଟିକେ ନାହିଁ ।।

ନାହାନ୍ତି ମୋ ବାପା ମାଆ ବି ନାହାନ୍ତି

କାହାକୁ ପଚାରି ବୁଝିବି,

ସେ ଅମୃତ କାଳ କେମିତି କଟିଲା

କେମିତି ବା ଜାଣି ପାରିବି ।।

ସ୍ମୃତି ମାନସରେ ଯାହା ମନେ ଅଛି

ସୁଖ ଶାନ୍ତିର ସେ ସୁଦିନ,

ବାପାମାଆ କୋଳୁ ଛୋଟରୁ ବଡ଼ ଯେ

ସ୍ନେହ ମମତାର ବନ୍ଧନ ।।

ମାଆ କ୍ଷୀର ଖାଇ ବାପା ସ୍ନେହ ପାଇ

ମେଣ୍ଟୁଥିଲା ସବୁ ଅର୍ଦ୍ଦଳି,

ଅଭାବ ପୂରଣ ସ୍ନେହ ଆଲିଙ୍ଗନ

ପାରିବି ନାହିଁଟି ମୁଁ ଭୁଲି ।।

ଟିକେ ବଡ଼ ହୋଇ ଚାଟଶାଳୀ ଗଲି

ବାପା ହାତ ଧରି ସରାଗେ,

ଖାଇବା ପିଇବା ଅଭାବ ନ ଥିଲା

ଖେଳୁଥିଲି କେତେ ଆବେଗେ ।।

ନ ଥିଲା ମୋ ଚିନ୍ତା ଅବା ମାନସ୍ତାପ

ନ ଥିଲା କାହିଁରେ ଖାତିରି,

ଇଚ୍ଛା ମୁତାବକ ଖେଲା ବୁଲାଚଲା

ଡର ନ ଥିଲାଟି କାହାରି ।।

ଗାଁଆ ନଈକୂଳ ବିଲ ବାଡ଼ି ଅବା

ଜଗତର ନାଥ ମନ୍ଦିର,

ସାଙ୍ଗସାଥି ମେଳେ ନାନା ଜାତି ଖେଳେ

କଟିଛି ପିଲାଦିନ ମୋର ।।

ବଡ଼ ହୋଇ ଦିନେ ସମାଜେ ଦାୟିତ୍ବ

ନେବାର କଳ୍ପନା ନ ଥିଲା,

ସବୁଦିନ ମୁହିଁ ବାପାମାଆ କୋଳେ

ହେବାକୁ ଇଚ୍ଛା ଛୋଟପିଲା ।।

ଆଉ କି ପାଇବି ସେ ଅମୃତ ବେଳା

ପିଲାଦିନର ସେ ଜୀବନ,

ପୂଜ୍ୟ ପିତାମାତା ଗୁରୁ ଗୁରୁଜନ

ସ୍ନେହମମତା ଯେ ସପନ ।।

ବାପାମାଆ ସିନା ଦେଇଣ ଦାୟିତ୍ୱ

ଚାଲିତ ଗଲେଣି ସେପାରି,

ଖୁସି ଓ ଶାନ୍ତିର ପିଲାଦିନ ମୋର

ହେଉଛି ସର୍ବଦା ମୁଁ ଝୁରି ।।

ନିଜ ପିଲାଛୁଆ ନାତି ନାତୁଣୀଙ୍କ

ଆସିଅଛି ସେ ପିଲାଦିନ,

ନିଜ ଅନୁଭବେ ସ୍ନେହ ଶ୍ରଦ୍ଧା ଦେଇ

ପାଳୁଛି ଅମୃତ ଜୀବନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational