STORYMIRROR

Golak Bihari Sahoo

Inspirational

3  

Golak Bihari Sahoo

Inspirational

ଯା ଦେବୀ ସର୍ବଭୂତେଷୁ ନାରୀ ରୂପେଣ ସଂସ୍ଥିତା

ଯା ଦେବୀ ସର୍ବଭୂତେଷୁ ନାରୀ ରୂପେଣ ସଂସ୍ଥିତା

1 min
133

ଜଗତ ଜନନୀ ମା ତୁ      ମୃଣ୍ମୟୀ ବେଶରେ

ଦେଖା ଦେଉ ଦୁର୍ଗା ରୂପେ   ବରଷକେ ଥରେ ।


ଆନନ୍ଦ ଉଲ୍ଲାସ ଭରି     ଜଗତ କଲ୍ୟାଣେ

ଦୁଷ୍ଟର ବିନାଶ ପାଇଁ    ସାଧୁର ପାଳନେ ।


ନାରୀର ପ୍ରତୀକ ହୋଇ  ଦେଇ ଯାଉ ବାର୍ତ୍ତା

ସର୍ବଂସହା ପ୍ରେମ ଉତ୍ସ   ସ୍ନେହ ଓ ମମତା ।


ସତ୍ ମାର୍ଗେ ଯିବା ପାଇଁ   ଦେଉତୁ ପ୍ରେରଣା

ବିନାଶ କର ମା ମର୍ତ୍ତୁ    ରାକ୍ଷସ ଦୁର୍ଗୁଣା ।


ନାରୀ ଅଟେ ସର୍ବଂସହା  ଶକ୍ତି ସ୍ୱରୂପିଣୀ 

ପ୍ରେମର ଜାହ୍ନବୀ ସ୍ନେହ   ମମତା ଝରଣୀ ।


ପ୍ରେରଣାର ଉତ୍ସ ଖଳ   କଲ୍ମଷ ନାଶିନୀ  

ବିପଦେ ଆପଦେ ସିଏ  ଭରସା ଦାୟିନୀ ।


ଏ ମହୀମଣ୍ଡଳ ଯେବେ  ଭରା ହୁଏ ପାପ

ନାରୀକୁ କର ତୁ ଦୁର୍ଗା  ନାଶିବାକୁ ତାପ ।


ଜଗତ କଲ୍ୟାଣ କର  ବିନାଶି ଦୁଷ୍କୄତି

ଜୟ ମାତା ଦୁର୍ଗାଦେବୀ  ଜପୁ ଥାଇ ନିତି ।



Rate this content
Log in

Similar oriya poem from Inspirational