STORYMIRROR

Golak Bihari Sahoo

Abstract

4  

Golak Bihari Sahoo

Abstract

କିଏ ସେହି ଜଗମୋହନ

କିଏ ସେହି ଜଗମୋହନ

1 min
424


କିଏ ସେହି ଜଗମୋହନ ।

ଜଗତ ଜନଙ୍କ ମନେ ବିରାଜନ୍ତି

   ଭାବେ ବିନୋଦନ କରନ୍ତି ମନ,

ମାନସ ମନ୍ଥନେ କେତେ ରୂପେ ଥାନ୍ତି

   କବେ କଳାକାହ୍ନୁ ପଦ୍ମଲୋଚନ, 

କିଏ ସେହି ଜଗମୋହନ  ।।

ଭାବକୁ ନିକଟ ଅଭାବକୁ ଦୂର 

   ଭାବର ରସରେ ଧୁଅନ୍ତି ମନ,

ଦୀନ ଦୁଃଖୀ ଜନେ ତାଙ୍କର ଚରଣେ

   ଆଶ୍ରିତ ହେବାକୁ କରନ୍ତି ମନ,

କିଏ ସେହି ଜଗମୋହନ  ।।

ସିଏ ସୃଷ୍ଟିକର୍ତ୍ତା ଭାଗ୍ୟର ବିଧାତା 

   ପୁଣି ଆପଣାନ୍ତି ମାନବ ଗୁଣ,

ମାନବର ଚର୍ଯ୍ୟା ଭୋଜନ ଶୟନ

   ସ୍ନାନ ଉପବାସେ ତାଙ୍କର ମନ, 

କିଏ ସେହି ଜଗମୋହନ ।।

ମାନବକୁ ସିଏ ପରିବାର ଦେଇ 

   ନିଜ ପରିବାର ସାଥେ ଦର୍ଶନ, 

ଯାତ୍ରା ,ଅବକାଶ ,ମାନ ଅଭିମାନ

   କେତେ ରୀତି ନୀତି କରି ଭିଆଣ, 

କିଏ ସେହି ଜଗମୋହନ ।।

ଶହେଆଠ ଗରା ଜଳେ ସ୍ନାନ କରି

   ଅଣସର ଘରେ କଲେ ବିଶ୍ରାମ, 

ସୁସ୍ଥ ହେବା ପାଇଁ ଲାଗି ହେଉଥାଏ 

   ମୋଦକ,ଫୁଲରି ତେଲ ମଲମ, 

କିଏ ସେହି ଜଗମୋହନ ।।

ଚୁଆ ଓ କର୍ପୁର, କସ୍ତୁରୀ,ଚନ୍ଦନ

   ଦଇତାପତି କରନ୍ତି ଲେପନ,

ବିଚିତ୍ର ତାଙ୍କର ଲୀଳାର ବିଧାନ 

   ସର୍ବବ୍ୟାପୀ ବିଜ୍ଞ ସେ ଶକ୍ତିମାନ, 

କିଏ ସେହି ଜଗମୋହନ ।।

ତଥାପି ଭକ୍ତଙ୍କ ମେଳେ ରହିବାକୁ 

   କେତେ ରୀତି ନୀତି ଲୀଳା ଭିଆଣ,

ରୋଗ,ଯୋଗ, କର୍ମ, ତାପ,ଉପବାସ 

   ନିଜେ ଭୋଗି ଭୋଗ କରାନ୍ତି ଜନ

କିଏ ସେହି ଜଗମୋହନ ।।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract