ଜେଜେବାପା
ଜେଜେବାପା


ଜେଜେବାପା ଆମ ସ୍ନେହର ସାଗର
ସଭିଏଁ ତାଙ୍କର ନିିିଜର,
ବାପାଙ୍କ ଦେବତା କହି ମିଠା କଥା
କରନ୍ତି ସଭିିିଙ୍କୁ ଆଦର ।
ଜୀବନ ପଥର ଅଭିଜ୍ଞତା ନେଇ
ଆମ ପାଇଁ ଜଣେ ଶିକ୍ଷକ,
ତାଙ୍କର ଆଦେଶ ଉପଦେଶ ସବୁ
ଆମ ପାଇଁ ଅଟେ ରକ୍ଷକ ।
ନାତି ନାତୁଣୀଙ୍କ ଅତି ପ୍ରିୟ ସିଏ
ଖେଳି ଖେଳାନ୍ତି ସେ ସଙ୍ଗରେ,
କେତେ ନୀତି ବାଣୀ ଶୁଣାଇ ସଭିଙ୍କୁ
ସଜାଡି ଜୀବନ ଢଙ୍ଗରେ ।
ପରିବାରର ସେ ମୂଖିଆ ହଲେ ବି
ମନରେ ନ ଥାଏ ଗରବ,
ନିଜର ସ୍ବାର୍ଥକୁ ନ ଭାବି ମନରେ
ଜଳାଞ୍ଜଳି ଦେଇ ସରବ
।
କହନ୍ତି ବାବୁରେ ସୁଖେ ବଞ୍ଚିଥାଅ
ମୋ ଦିନ କାଳ ତ ଗଲାଣି,
ତୁମ ମାନଙ୍କର ଖୁସି ଓ ସୁଖରେ
ସଂସାରୁ ନେବି ମୁଁ ମେଲାଣି ।
ତାଙ୍କର ଶୁଶ୍ରୁଷା କରିବା ଆମର
ଅଟଇ ପରମ ଧରମ,
ବାପାଙ୍କର ବାପା ସାକ୍ଷାତ ଈଶ୍ବର
ପୂଜି ଧନ୍ଯ ହେବ ମାନବ ।
ପାର୍ଥିବ ଜଗତେ ଆଜିର ସଭ୍ୟତା
ବସ୍ତୁବାଦୀ ହୋଇ ଗଲାଣି,
ମାନବ ସମ୍ପର୍କେ ସମ୍ମାନ ଶ୍ରଦ୍ଧାର
ମୂଲ୍ୟକୁ ହରାଇ ଦେଲାଣି ।
ଅର୍ଥକୁ ସର୍ବସ୍ବ କରି ଏ ମଣିଷ
ଭାରି ସ୍ବାର୍ଥପର ହେଲାଣି,
ବୃଦ୍ଧ ବାପ ମାଆ ବୃଦ୍ଧାଶ୍ରମେ ରଖି
ମାନବତା ହତ୍ଯା କଲାଣି ।