Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Golak Bihari Sahoo

Inspirational Children

4  

Golak Bihari Sahoo

Inspirational Children

ପିଲାଙ୍କ ପ୍ରଶ୍ନ

ପିଲାଙ୍କ ପ୍ରଶ୍ନ

1 min
282



କାହିଁକି ଜନମ ହେଲି   

     କିଏ ସେ ଦେବ ଉତ୍ତର,

ବାପା ମାଆ ଗୁରୁଦେବ  

      ଶିକ୍ଷକ ସଖା ସୋଦର ।

ଈଶ୍ଵର କିଏ ସେ ଅଟେ  

   କାହିଁକି କରେ ପୂଜନ,

ଫଳ ପୁଷ୍ପ ଦେଇ କରା - 

   ଯାଏ କିଆଁ ସମର୍ପଣ।

ମନରେ ଭାବ ନ ଆସେ

    ଦୁନିଆ କଥାରେ ଭାସେ,

ସଂସ୍କୃତି ଓ ପରମ୍ପରା  

   ଆପଣାଏ ମନେ ରସେ ।

ଭଲ ଓ ମନ୍ଦ ବିଚାର

    ବ୍ୟବହାର ଓ ଆଚାର,

କେମିତି ଜାଣି ଶିଖିଲି 

    ବିବେକର ଉପଚାର ।

କିଏ ସେହି ପାପ ପୁଣ୍ୟ  

   ବିଷୟରେ ଦେଲା ଜ୍ଞାନ,

ଭକ୍ତି ଶ୍ରଦ୍ଧା ଓ ସମ୍ମାନ 

    ଆଦର ଅମୂଲ୍ୟ ଧନ ।

ଶୃଙ୍ଖଳା ଓ ବିଶୃଙ୍ଖଳା  

   ଦୁଷ୍ଟାମି ଓ ଅବହେଳା,

କେଉଁଟାକୁ ଆପଣାଇ  

   ଜୀବନେ କରିବି ଲୀଳା ।

ପକ୍ଷୀ ଉଡେ ଯେତେ ଦୂର 

   ସେ ଜାଣେ ତା'ର ବେଭାର,

ଅଭିଜ୍ଞତା ସାଉଁଟିଲେ

   ସଫଳତା ଜୀବନର ।

କାହିଁକି ଏ ରୁତୁଚକ୍ର

   ସିଧା ରାସ୍ତା ହୁଏ ବକ୍ର,

ଦିନ ପରେ ରାତି ଆସେ

  କେଉଁଠାରେ ସ୍ଵର୍ଗ ନର୍କ ।

କାହିଁକି ଓ କିଏ, କଣ

   ପ୍ରଶ୍ନ ବାଣରେ ଏ ମନ,

ଆନ୍ଦୋଳିତ ହେଉ ହେଉ

   କରେ ଜ୍ଞାନ ଆହରଣ ।

ଜ୍ଞାନ ବିନା ଏ ଜୀବନ

   ଅସାର, ମୃତ ସମାନ,

ଅମଣିଷ ହୁଏ ଜନ

   ଜନମେ ପାଏ କଷଣ ।

ସୃଷ୍ଟିକର୍ତ୍ତା ଦେଲେ ଜନ୍ମ

   ସୃଷ୍ଟିର ରକ୍ଷା ପାଳନ,

ସତ୍ପଥେ କଲେ ଗମନ

   ସାର୍ଥକ ହେବ ଜୀବନ ।

ଶିଶୁ ରାଇଜରେ ଆମେ

   ସଭିଏଁ କରିବା ପଣ,

ଭଲ ଶିକ୍ଷା ଆପଣାଇ

   ଗଢିବା ସୁସ୍ଥ ଜୀବନ  ।



Rate this content
Log in

Similar oriya poem from Inspirational