STORYMIRROR

Pranati Jena

Inspirational Others

4  

Pranati Jena

Inspirational Others

ଆତ୍ମାର ମନ୍ଦିର. ପ୍ରଣତି ଜେନା

ଆତ୍ମାର ମନ୍ଦିର. ପ୍ରଣତି ଜେନା

1 min
414


ନିରତେ ଏ ମନ ଖୋଜଇ ସପନେ 

ଆହା ଧନମାଳି ମୋର,

ମୁହୂର୍ତ୍ତ, ମୁହୂର୍ତ୍ତ ଝୁରେ ପ୍ରତିକ୍ଷଣେ 

ସବୁ ତୁଚ୍ଛ ବିନା ତୋର.. 💐


ଆଜି ଅଛି ମୁହିଁ ସଂସାର ପଥରେ 

କାଲି ହେବି ସାତପର,

ମାୟା,ମୋହ ତେଜି ମଶାଣି ଭୂଇଁରେ 

ଲୋଟୁଥିବ ଏ ଶରୀର... 💐


ଧନମାନ ଯୁକ୍ତ ବିଯୁକ୍ତ ହୋଇବ 

ଆତ୍ମଜ, ଆତ୍ମୀୟ ଠାରୁ,

ଲୋଭର ସମ୍ପତ୍ତି ଛାଡିବାକୁ ହେବ 

ଦିନେ ଏହି ସଂସାର'ରୁ...💐


ତୁମେ ମହାଦାରୁ ମୁହିଁ କ୍ଷୁଦ୍ର ତରୁ 

ଭିଜୁଛି ସଦା ମଉନେ,

ନିରବ ଦୀପାଳି ସମ ଏ ଆତ୍ମାରୁ 

ହରେ କୃଷ୍ଣ ଜପ ଧ୍ୟାନେ.. 💐


ରହିଥିବୁ ତୁହି ମର୍ତ୍ତ୍ୟର ଧାମରେ 

ଭକ୍ତ ଭଗବାନ ହୋଇ,

ଶ୍ରେଷ୍ଠ କାରିଗର କୁହୁକ ମନ୍ତ୍ରରେ 

ବାନ୍ଧି ଦେଇଅଛୁ ତୁହି

... 💐


ଶ୍ରୀ ମନ୍ଦିର ଭିଡ ହେଉଛି ଯେପରି 

ଦୂରୁ ଦେଖି ଲାଗେ ଡର,

ଅନ୍ତଃ କରଣରେ ଅନୁଭବ କରି 

ଆତ୍ମା ଯାଉଛି ମନ୍ଦିର... 💐


ନ କରି ନିରାଶ ଦେଖା ଦିଅ ଥରେ 

ଆତ୍ମା ସିଂହାସନ ବାସୀ,

"ତମ "ଠାରୁ ତୁମେ ରଖିବ ଦୂରରେ 

ବିନମ୍ରତା ହୃଦ ଶଶୀ... 💐


ହୃଦୟ କନ୍ଦରେ ଭିଜା ନୟନରେ 

ଗୋପନ ବ୍ୟଥାର ପଥେ,

ସମ୍ମୋହନ ତୁଠେ ଅତ୍ମୀୟତା ଘଟେ 

ସାରଥୀ ଶରୀର ରଥେ... 💐


ଏତେ ଆପଣାର ଏକାନ୍ତ ନିଜର 

ଆଉ କିଏ କାହିଁ ମୋର,

ଯେଉଁଠି ଯେପରି ଥାଅ ନିରନ୍ତର 

 ନିଷ୍କାମ ହୃଦୟେ ଘର... 💐


ଶରୀର ରଥକୁ ଆତ୍ମାର ବନ୍ଧନ 

ପରମାତ୍ମା ସଦା ପଥେ,

ଗଭୀର ଗହନ ଭାବ ଆବାହନ 

ଅଜ୍ଞାନ ଭାବେ ନିରତେ.. 💐


Rate this content
Log in

Similar oriya poem from Inspirational