STORYMIRROR

Pranati Jena

Inspirational Others

4  

Pranati Jena

Inspirational Others

ଚେତନା ରେ ଲୀଳାମୟ 🙏

ଚେତନା ରେ ଲୀଳାମୟ 🙏

1 min
28

"ଚେତନାରେ ଲୀଳାମୟ "

  ଶ୍ରୀମତୀ ପ୍ରଣତି ଜେନା...

    ରାଗ - ରାମକେରି


ଆତ୍ମାପକ୍ଷୀ ଯାଏ ସଧିରେ  ନୀଳଶୈଳର ପାଶେ,

ପ୍ରାଣ ପ୍ରିୟ ହରି ମୋହନ ଦର୍ଶନ ଅଭିଳାଷେ..


ନିତ୍ୟ ନିରାଜନା ହୃଦରେ  ଭାବ ଡୋରିରେ ଥାଇ,

ଶରୀର ରଥରେ ମନନ ବ୍ରହ୍ମଜ୍ୟୋତିକୁ ନେଇ...


ମାଖି ଦେଇଅଛ ସତେକି ଆକର୍ଷଣର ରଙ୍ଗ

ଭ୍ରମିତ ନ,ହେଉ ଏ,ମତି ସମ୍ମୋହିତ ତରଙ୍ଗ.....


ଅମୃତ ବିଗ୍ରହ ନେତ୍ରରେ  ଅନୁଭବରେ  ଶ୍ୟାମ 

ଦର୍ଶନ ମାନସ ପଟରେ ପ୍ରତି ମୁହୂର୍ତ୍ତ କାମ୍ୟ.....


ଦେଖୁଥାଇ ଯେତେ ତୃଷ୍ଣାରେ ମେଣ୍ଟେନାହିଁ ରେ ଶୋଷ,

କାମନା ଉତ୍କଣ୍ଠା ମୋହରେ ଆଜୀବନ ବିବଶ....


ନୁହେଁ ଭକ୍ତ ମୁହିଁ ତୋହର  ଏତେ ଭାବ ବା କାହିଁ ??

ସ୍ନେହରେ ପରଷ ଶ୍ରଦ୍ଧାର  ଆସେ ହୃଦୟେ ବହି...


ଦୀନବନ୍ଧୁ ନାମ କରିଛି  ଆତ୍ମାରେ ଗଣ୍ଠିଧନ,

ନିତି ନୀଳାଚଳେ ଭେଟୁଛି ହେ ନୀଳାଦ୍ରୀ ମୋହନ...


ଆଷାଢ କରିଛି ଆତ୍ମାକୁ  ହୃଦୟେ ବିଜେ ହୁଅ,

ଭାବ ଲୁହେ ଭିଜା ମନକୁ ନିତି ସମ୍ଭାଳି ନିଅ...


ଉଆଁସେ ଚନ୍ଦ୍ରମା ଉଇଁଛି ପ୍ରାଣ ଗୋବିନ୍ଦ ମୋର,

ଭକ୍ତପାଇଁ କୃପା ବାଣ୍ଟୁଛି  ଧନ୍ୟ ଭାବ ଠାକୁର.....


ଶ୍ରୀମତୀ ପ୍ରଣତି ଜେନା 

କଟକ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational