STORYMIRROR

Pranati Jena

Inspirational Others

3  

Pranati Jena

Inspirational Others

ଭକ୍ତିର ଫଗୁ..

ଭକ୍ତିର ଫଗୁ..

1 min
46


ଅନେକ ଦିନର ବିରତି ପରେ କବିତା ଦିବସରେ ଦୋଳ ପୂର୍ଣ୍ଣିମା, ହୋଲି ଉପଲକ୍ଷେ ଆମେ ଯୁଗଳ ବନ୍ଦୀରେ... ଗୁରୁଜନ ମାନଙ୍କୁ ବିନମ୍ର ପ୍ରଣାମ ଜଣାଉଛୁ l ସାନ ଭାଇ ଓ ଭଉଣୀ ମାନଙ୍କୁ ହୃଦୟରୁ ଶ୍ରଦ୍ଧା ଓ ସ୍ନେହ l (ସମସ୍ତଙ୍କୁ 

ଦୋଳପୂର୍ଣ୍ଣିମା ଓ ହୋଲିର ଶୁଭେଚ୍ଛା )

ଦୋଳେଚ ଦୋଳଗୋବିନ୍ଦ

      ଚାପେସୁ ମଧୁସୂଦନ

ରଥେ ତୁ ବାମନଂ ଦୃଷ୍ଟ୍ୱl

      ପୁନର୍ଜନ୍ମ ନ ଲଭ୍ୟତେ ।


ସୁଚିତ୍ରା


ପ୍ରେମ ଭକତିର ଫଗୁ ଉଡ଼ିଯାଏ

       ଚଉଦଳେ ଚଉ ବାହା

ସଙ୍ଗତେ କିଶୋରୀ, ତ୍ରିଭୁବନେଶ୍ୱରୀ

    ଅଭିନଵ ଶୋଭା ଆହା ଲୋ

ଦୋଳେ ଦୋଳ ଗୋବିନ୍ଦ,

ପର୍ବଚନ୍ଦ୍ର ମୁଖ ଅରବିନ୍ଦ ଲୋ l


ସିତାସିତ ଅପଘନ ରସାୟନ

        ଦର୍ଶନେ ଯୁଗଳ ମୂର୍ତ୍ତି

ଚରମ ପାତକୀ ପରମ ଗତିକି

       ପ୍ରାପତ ହୁଏ ଝଟତି ଲୋ

ନର ଜନମ ଧନ୍ୟ,

ହରି ପୁରେ ମିଳଇ ଆସନ ଲୋ l


ପ୍ରଣତି


ଗୋପୀବଦନାମ୍ବୁଜ ସର୍ବଶକ୍ତିବନ୍ତ

      ପ୍ରେମମୂର୍ତ୍ତି ରାଧାଶ୍ୟାମ,

ଶାନ୍ତି, ମୈତ୍ରୀ,ପ୍ରୀତି ରଙ୍ଗର ପାର୍ବଣ

      ହୋଲିକା ଦହନ କାମ୍ୟ ଲୋ

ରଙ୍ଗେ କର୍ମ କାରଣ,

ପୂର୍ବାର୍ଜିତ ବିଧିର ବିଧାନ ଲୋ


ଭକ୍ତର ଭାବକୁ ତେଜ୍ୟା କରି ଯିଏ

        ଇର୍ଷାଯୁକ୍ତ ପରାଭବ,

ଶ୍ରୀହରି ରଖନ୍ତି ହୋଲିକା କୋଳରୁ

        ପ୍ରହଲ୍ଲାଦ ଭକ୍ତିଭାବ ଲୋ

ଷୋଳକଳାର ବାଳ,

ରଙ୍ଗ ଉତ୍ସବେ ଗୋପଦୁଲାଳ ଲୋ


ସୁଚିତ୍ରା

ମଳୟ ପବନ କରଇ ବ୍ୟଜନ

       ସୁବାସିତ ସୂନ ଗନ୍ଧେ

ବିମାନ ସଜ୍ଜିତ ପେନ୍ଥି ବାଳ ଚୂତ

       ଭକତେ ନାଚନ୍ତି ଛନ୍ଦେ ଲୋ

ଛନ୍ଦାଚରଣ କତି

ମଧୁ ପର୍ବେ ମୋଦା ବସୁମତୀ ଲୋ


ପ୍ରେମାନୁରାଗର ପାବନ ଅବିର

        ବୋଳି ଦେଇ ପରସ୍ପରେ

ହରିନାମ ରସେ ଧୋଇଦେଇ ରୋଷ

    ରାଧେ ବୋଲି ଏକ ସ୍ଵରେ ଲୋ

ତେଜି ମାୟାର ବିତ୍ତ,

ସଖୀ ଶ୍ରୀପଦେ ଲଗାଅ ଚିତ୍ତ ଲୋ


ପ୍ରଣତି


ମଧୁର ମାଧୁର୍ଯ୍ୟ ହ୍ଲାଦିନୀ ସାଯୁଜ୍ୟ

        ଦିବ୍ୟ ଆନନ୍ଦର ସିନ୍ଧୁ,

ହୃଦ ବିମାନରେ ନିତ୍ୟ ରାଧାକୃଷ୍ଣ

   ଭାବ ଗୋପୀରଙ୍ଗେ ବନ୍ଧୁ ଲୋ

ଲୀଳା ଅବ୍ୟକ୍ତ ମର୍ତ୍ତେ,

କି,କହିବି ସଖି ଭାବଯୁକ୍ତେ ଲୋ


ଆରାଧ୍ୟା ରାଧିକା ତ୍ରିଶକ୍ତି ଧାରିକା

        ବୃନ୍ଦାବନ ବିହାରିଣୀ,

ଦୋଳ ବିମାନରେ ସଖି ମନଲୋଭା

      ମୁରଲୀପାଣିର ଠାଣି ଲୋ

ଦର୍ଶନେ ପାତକ ହରେ,

ପ୍ରୀତିରାଗେ ମଳୟ ଵିହରେ ଲୋ ।


ଜୟ ଶ୍ରୀ ରାଧେ ଶ୍ୟାମ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational