STORYMIRROR

Pranati Jena

Inspirational Others

4  

Pranati Jena

Inspirational Others

ଚେତନା ଦୀପ

ଚେତନା ଦୀପ

1 min
277


କଳିର ପ୍ରଭାବେ ସାଧୁ ଅତିଷ୍ଠ 

ଆସୁରୀ ପ୍ରବୃତ୍ତେ ମାୟା ବିଶିଷ୍ଟ,

ମନ ସରୋବରେ ମୀନର ସମ

ପ୍ରଭୁଙ୍କ ପାଟ ଅଗଣା ଉତ୍ତମ,

କୁକର୍ମରୁ କ୍ଳେଶ ଜୀବନ ନେଇ

ଶୁଦ୍ଧ ଉପାୟଟି ଜାଣିବା ପାଇଁ....।


କୁହ ସୂତମୁନି ଶାଶ୍ୱତ ସାଧନା

ପବିତ୍ର କଲ୍ୟାଣ ପାବନ ବାନା,

କଳୁଷ ହରଣେ କୈବଲ୍ୟ ପ୍ରାପ୍ତି

ତ୍ରାହି କେତନ ବିନାଶୁ ଆସକ୍ତି,

ବିରହ ଭାବ ଆଣନ୍ତୁ ମୋହନ

ମାୟା ପ୍ରଭାବ ନାଶ ନାରାୟଣ.......।


ଚିନ୍ତାମଣି ସର୍ବ ଲୌକିକ ସୁଖ

ସ୍ୱର୍ଗୀୟ ଧନ ଭାବ କଳ୍ପବୃକ୍ଷ,

ଗୁରୁ ଶ୍ରେଷ୍ଠ ଯାର ହୃଦେ ପ୍ରସନ୍ନ

ବୈକୁଣ୍ଠ ଧାମକୁ ହୁଏ ଗମନ,

ଗଭୀର ଆସ୍ଥାରେ ଚେତନା ଦୀପ

ଭରସା ବାରିରେ ପ୍ରାଣ ସ୍ୱରୂପ......।


ଭକ୍ତି ରସାମୃତେ ଭାବ ହୃଦୟେ

ନାମରୁ ନାମୀ ଯେ ତତ୍ତ୍ୱ କି ପ୍ରାୟେ,

ଶ୍ରୀକୃଷ୍ଣ ମୋହନ ତୃଷ୍ଣା ପରାଣେ

ପରମ ତତ୍ତ୍ୱ ଏ ଭାବୁକ ଜାଣେ,

ବିଷୟା ବିଷ ଅନ୍ତରେ ଉପେକ୍ଷି

ଭାଗବତ ପ୍ରାଣା ହେଉ ଯେ ପକ୍ଷୀ....।


କଳିର ପ୍ରଭାବେ ଜୀବର ଜ୍ୱାଳା

କାଳକୁ ନିମନ୍ତ୍ରୀ ମାୟାର ଖେଳା,

ଶୁକମୁନି ତାହା ଥିଲେ ଦର୍ଶାଇ

ବଞ୍ଚିବା, ବଢିବା ଦର୍ଶନ ଏହି

କାଳସର୍ପ ପ୍ରାୟେ ବିଷୟା ରସ

ପଞ୍ଚଭୂତ ବାନ୍ଧି ଜଠରେ ବାସ.....।


ଜନ୍ମଜନ୍ମାନ୍ତର ପୁଣ୍ୟ ପ୍ରବାହେ

ଉଦୟ ଭାନୁ ଯେସନ ହୃଦୟେ,

ହୃଦ ପଙ୍କଜଙ୍କ ପଦାନୁଶ୍ରୟେ

ପଦ୍ମପଲାଶ ନେତ୍ର ପ୍ରାଣପ୍ରିୟେ,

କାକୁସ୍ତ ହୃଦେ ଯା'ର ହରିଭାବ

ହରି ଆସନ୍ତି ଭାବରେ ଭାବୁକ....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational