STORYMIRROR

Pranati Jena

Inspirational Others

4  

Pranati Jena

Inspirational Others

ଇପ୍ସିତ ମକରନ୍ଦ

ଇପ୍ସିତ ମକରନ୍ଦ

1 min
236

ସୁଦାମା ସଖାପ୍ରିୟ ଭାବର ପଣେ ଶ୍ରେୟ               

   ଅମୀୟ ମନ୍ମଥ ଲଗ୍ନରେ,

ସମ୍ପର୍କେ ଅନୁରାଗ ପବିତ୍ରତା ସରାଗ   

   ଆତ୍ମାର ଭାବରେ ଅଧିରେ 

      ହେ,ଚକ୍ରଧରେ 

  ମହାର୍ଘ୍ୟ ଆବେଗ ସଧିରେ

   ନଭର ପ୍ରଶାନ୍ତି ହୃଦରେ

 ପୁଲକ ଭକ୍ତି ସୁରେ ତୃଷ୍ଣା ଭିଜା ଅନ୍ତରେ

    ଝୁରଇ ପଙ୍କଜ ପୟରେ ।


କୃପାସିନ୍ଧୁ ମୋହନ ମୋର ପରାଣ ଧନ

    ଝୁରେ ଅଧୀରେ ନିତି ଦିନ

ଅର୍ଘ୍ୟରେ ଅଶ୍ରୁ ନୀରେ ବିଷର୍ଣ୍ଣ କାକୁସ୍ତରେ 

    ପଦ୍ମାକ୍ଷ ଆହେ ଜନାର୍ଦ୍ଦନ

      ହେ,ନାରାୟଣ

    କୃପା କୈବଲ୍ୟ ମହାଜନ

    ଦୀନ ଦୁଃଖିର ହେ ମୋହନ 

କରୁଣା ମୟ ପଣ ଆହେ ମୁଁ ହୀନଜନ

     ଆଶା ହେ ଆରତ ତାରଣ ।


ଉଡିଯିବରେ ପକ୍ଷୀ ଦିନେ କାଳ ଉପେକ୍ଷି

    ସବୁ ବନ୍ଧନ ଦୂରେ ତେଜି

ବିଷୟ ବିଷ ମଣି ଲୋଭେ ହୁଅଇ ଗୁଣି

     ଇନ୍ଦ୍ରିୟ ନ ପାରଇ ହେଜି

        ହେ,ଶ୍ୟାମଘନ 

      କବଳିତ ବିଭ୍ରମେ ଜ୍ଞାନ

      ତୁମେ ନିରାକାର ନିର୍ଗୁଣ

 ଫେଡ଼ ଭବ ବନ୍ଧନ ଅଳିକ ଏ ଜୀବନ

      ହୃଦୟାନନ୍ଦ ହେ,ଶରଣ ।


ମନ୍ଦ ମଳୟ ସୁରେ ମଧୁର ଶ୍ରଦ୍ଧାତୀରେ

    ଗୋପୀ ଚନ୍ଦନ ବାସ ଝରେ

ମନୋଭିଳାଷା ଥରେ ପୂର୍ଣ୍ଣ ଏ,ଜୀବନରେ

     ନଟନାଗର କୃପାନୀରେ

       ହେ, ବେଣୁଧରେ 

     ସମାହିତ ମଧୁ, ମଧୁରେ

     ପୂର୍ଣ୍ଣତାର ଶାନ୍ତି,ସ୍ୱସ୍ତିରେ

ମିଳନର ଋତୁରେ ଭିଜାଆତ୍ମା ସଧିରେ

     ସଦା ସରଳ ଗୁଣିମରେ ।


ପାପପଙ୍କରେ ପାପୀ ମିଛରେ ଅନୁଭବୀ

    ଆତ୍ମା କି, ପରମ ତତ୍ତ୍ୱରେ

ଇପ୍ସିତ ମକରନ୍ଦ ଭାବ ନଥିବା ଚିତ୍ତ

     ହୃଦୟ ଗହନ ବନରେ

      ହେ,ରଙ୍ଗାଧରେ

   ମମତାର ଶବ୍ଦକୋଷରେ

    ମହ,ମହ ବାସ ନ ଝରେ

ବାଇଶି ପାବଛରେ ପତିତ ପାବନରେ

    ପ୍ରଣତିର ପ୍ରାଣ ଯାଉରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational