ପ୍ରୀତିଜହ୍ନ..
ପ୍ରୀତିଜହ୍ନ..
ରାଧାଶ୍ୟାମ ମୋର ପ୍ରାଣର ସ୍ପନ୍ଦନ
ହୃଦୟର ଗଳାହାର,
ତନ୍ମୟ, ତଲ୍ଲୀନ,ମନ୍ମୟ, ଚିନ୍ମୟ
ଦେଖି ଦେଲେ ପ୍ରାଣ ମୋର,
ସୁନ୍ଦର ଫଗୁଣ ରଙ୍ଗର ପାର୍ବଣ
ବିଭୋର ବଉଳ ବାସ,
ଦୋଳ ବିମାନରେ ଫଗୁର ଶ୍ରାବଣ
ରାଧା, ଶ୍ୟାମଙ୍କର ରାସ....
ସ୍ୱପ୍ନପୁରା କରି ଆସିଲୁ ତୁ ମାଆ
ପ୍ରୀତିଜହ୍ନ ତୋଳି ଘରେ,
ରଙ୍ଗର ସୁଷମା କଦମ୍ବ, ଯମୁନା
ହୃଦୟର କାରାଗାରେ......
କୁନିଟିଏ ମୋର ବଡ଼ ସ୍ୱପ୍ନ ତୋର
ମମତାରେ ଭରା ହୃଦ,
ମମତା ମଧୁର ବଚନ ସୁନ୍ଦର
ଛଳ,ଛଳ ସ୍ନେହସିକ୍ତ.......
ଫୁଲେଇ ରାଣୀ ମୋ ସୁନାପରି ଟିଏ
ଗେହ୍ଲାଧନ ସିଏ ମୋର,
ହସିଲେ ମୁକୁତା ଝରି ପଡୁଥାଏ
ଗଣ୍ଠିଧନ ହୃଦୟର......
କୁନିପରୀ ତୁହି କଥା ତୋ କ
ୈବଲ୍ୟ
ତୋର ପରି କିଏ ହେବ,
ଜଗତ ଜିଣା ତୋ ସ୍ନେହର ବୈଭବ
ହୃଦଜିଣା ତୋ ସ୍ଵଭାଵ.......
ରାଧାଶ୍ୟାମ ସଦା ହୁଅନ୍ତୁ ସହାୟ
ଆଶିଷର ପଥଧାରେ,
କୋଟି ପରମାୟୁ ଦିଅନ୍ତୁ ଅଭୟ
ହାରିବୁନି ଜୀବନରେ......
ତୁହିପରା ଆମ ଲକ୍ଷ୍ମୀ ପ୍ରତିମାଲୋ
କୂଳକୁ ସୁନ୍ଦର ଧନ,
ତୋର ସ୍ମିତହସ କିଣିନେଉ ସଦା
ମାମାଡାକେ ନେଉମନ ......
ନିରୀହ ଚାହାଣୀ ସୁମଧୁର ବାଣୀ
ମୋ' ଧନର ମଧୁସ୍ୱର,
ଅମୃତ ଲାଗଇ ସ୍ନେହର ଚାହାଣି
କେତେ ସୁନ୍ଦର ତୁ, ମୋର......
ଫଗୁଣ ରଙ୍ଗରେ ଭିଜାଇ ଦେଇଛି
ପୂର୍ଣ୍ଣିମାର ଜହ୍ନ ହୋଇ,
ରାଧା ତୁହି ପରା ସପ୍ତରଙ୍ଗ ନେଇ
ସତେକି ହୃଦ ଭାବଇ....
ପ୍ରଣତି ଜେନା.. କଟକ